fbpx

ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ରେ ପୁଣି ଥରେ ପରୀ ଘଟଣାର ପୁନରାବୃତ୍ତି ହୋଇଛି । ଜିଲ୍ଲାର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଗାଁର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡ ପାଇଁ ଅନୁମତି ଦେଇଛି ପକ୍ସୋ କୋର୍ଟ । ପୋଲିସ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ବେଳେ କୋର୍ଟ କେବଳ ୩ ଦିନ ପାଇଁ ଅନୁମତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ ତାରିଖରେ ବେବିନା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିବା ପରେ ବି ମଧ୍ୟ ପାଇନଥିଲେ । ନିରାଶ ହୋଇ ୧୩ ତାରିଖ ଦିନ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୋଲିସ ୪ଦିନ ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲା । ହେଲେ ବେବିନାକୁ ପାଇବାରେ ବିଫଳ ହୋଇଥିଲେ । ଏହାପରେ ଉକ୍ତ ଗାଁର ଯୁବକ ସାଗର ଦଳେଇ ନାମକ ଜଣେ ଯୁବକ ଉପରେ ପୋଲିସ ସନ୍ଦେହ ପ୍ରକାଶ କରିଥିଲା । ତେଣୁ ପୋଲିସ ତାକୁ ଉଠାଇ ଆଣି ପଚରଉଚରା କରିଥିଲା । ଆଉ ବାରମ୍ବାର ଜେରା ପରେ ସତ ମାନିଥିଲା । ହତ୍ୟା ପରେ ବୁଦାମୂଳରେ ମୃତଦେହକୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ଫୋପାଡି ଦେଇଥିବା ମଧ୍ୟ ସ୍ୱୀକାର କରିଥିଲା ।

Get real time updates directly on you device, subscribe now.