fbpx

ତିନିଦିନ ପ୍ରଥମ ସ୍ତ୍ରୀ ସହିତ, ଆଉ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ, ଜାଣନ୍ତୁ ବାକି ଗୋଟିଏ ଦିନ କାହା ସହ ବିତେଇବେ ସ୍ୱାମୀ

ରାମପୁର: ବିବାହିତ ଯୁବକଙ୍କୁ ଫେସବୁକ୍ ରେ ହୋଇଗଲା ପ୍ରେମ ଏବଂ ଲିଭ୍-ଇନ୍ ସମୟରେ ଗର୍ଭବତୀ ହୋଇଗଲେ ଯୁବତୀ । ହେଲେ ଏବେ ତାଙ୍କ ଛୁଆକୁ ବାପାର ପରିଚୟ ମିଳିଯାଇଛି । ପ୍ରକୃତରେ ଜଣେ ଯୁବତୀ ନିଜ ପ୍ରେମିକକୁ ଖୋଜି ଖୋଜି ପହଞ୍ଚିଯାଇଛନ୍ତି ଆଉ ତାଙ୍କୁ ବିବାହ ବି କରିସାରିଛନ୍ତି । ହେଲେ ଉକ୍ତ ଯୁବକ ପ୍ରଥମରୁ ହିଁ ବିବାହିତ ଥିବା ବେଳେ ପ୍ରଥମ ପତ୍ନୀ ବି ସ୍ୱାମୀର ବିବାହକୁ ସ୍ୱୀକୃତି ଦେଇ ସାରିଛି । ତେବେ ବିବାହ କରିବା ପରେ ଦୁଇ ପତ୍ନୀଙ୍କ ମଧ୍ୟରେ ସ୍ୱାମୀକୁ ନେଇ ଭାଗବଣ୍ଟା ହୋଇସାରିଛି । ଆଉ ଏହି ଭଳି ଏକ ଖବର ଆସିଛି ରାମପୁରରୁ ।

ଆଉ ଏହି ଭାଗବଣ୍ଟାରେ ଦୁଇ ପତ୍ନୀ ସ୍ୱାମୀଙ୍କ ବାପା ମା’ କଥା କୁ ବସି ଧ୍ୟାନରେ ରଖିଛନ୍ତି । ଆଉ ଏଥିରେ ସବୁଠାରୁ ଖାସ୍ କଥା ହେଉଛି ସ୍ୱାମୀ କେଉଁ ପତ୍ନୀ ପାଖରେ କେତେ ସମୟ ରହିବେ । ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କଲେ ବି ଏହା ସମ୍ପୂର୍ଣ୍ଣ ସତକଥା । ତେବେ ଭାଗବଣ୍ଟା ଅନୁସାରେ ପ୍ରଥମ ପତ୍ନୀ ପାଖରେ ସୋମବାର, ମଙ୍ଗଳବାର, ବୁଧବାର ସ୍ୱାମୀ ରହିବାକୁ ଥିବା ବେଳେ ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦ୍ୱିତୀୟ ପତ୍ନୀ ପାଖରେ ରହିବେ ବୋଲି ଫାଇନାଲ୍ ହୋଇଛି । ଆଉ ବାକି ରବିବାର ଦିନ ବାପା ମାଙ୍କ ଧ୍ୟାନ ରଖିବାକୁ କୁହାଯାଇଛି ।

ଅଜୀମନଗର ପୁଲିସ୍ ଷ୍ଟେସନ୍ ଅଞ୍ଚଳର ଧନକପୁରୀ ଅଞ୍ଚଳର ଯୁବକ ତକମିଲ ଅହମ୍ମଦ ଚଣ୍ଡିଗଡର ସେଲୁନ୍ ରେ କାମ କରୁଥିଲେ । ଦେଢ଼ ବର୍ଷ ପୂର୍ବେ ଫେସବୁକ୍ ଜରିଆରେ ତାଙ୍କୁ ଏକ ଯୁବକଙ୍କ ସହିତ ପ୍ରେମ ହୋଇଯାଇଥିଲେ । ଆଉ ସମ୍ପର୍କ ବି ଆଗକୁ ବଢ଼ାଇଥିଲେ । ହେଲେ ଯୁବତୀକୁ କହିନଥିଲେ ଯେ ସେ ବିବାହିତ । ହେଲେ ଯୁବତୀ ଜଣକ ନିଜ ଘରଦ୍ୱାର ଛାଡି ଯୁବକଙ୍କ ପାଖକୁ ଚଣ୍ଡିଗଡ ଚାଲି ଆସିଥିଲେ । ତାପରେ ଦୁହେଁ ଗୋଟିଏ ରୁମ୍ ନେଇ ଏକାସାଙ୍ଗରେ ରହିବାକୁ ଲାଗିଲେ । ଏହି ସମୟରେ ଯୁବତୀ ଗର୍ଭବତୀ ହୋଇଯାଇଥିଲେ । ଏହି କଥା ଜାଣିବା ପରେ ଯୁବକ ନିଜ ଗାଁକୁ ଚାଲି ଆସିଥିଲେ । ହେଲେ କିଛି ଦିନ ଏକା ରହିବା ପରେ ଯୁବତୀ ନିଜ ଘର ଆସାମକୁ ଚାଲି ଯାଇଥିଲେ ।

ଆଉ ଘରକୁ ଯିବାର ତିନିମାସ ପରେ ଉକ୍ତ ଯୁବତୀ ଗୋଟିଏ ପୁଅକୁ ଜନ୍ମ ଦେଲେ । ନିଜ ସନ୍ତାନକୁ ଧରି ଖୁବ୍ ସମସ୍ୟା ଦେଇ ଗତି କରିବା ପରେ ରାମପୁରକୁ ଆସି ୱାନ ଷ୍ଟପ୍ ସେଣ୍ଟରରୁ ସାହାଯ୍ୟ ମାଗିଥିଲେ । ସେମାନଙ୍କ ସହାୟତାରେ ଅଜୀମନଗର ପୁଲିସ୍ ଷ୍ଟେସନ୍ ରେ ପହଞ୍ଚିଥିଲେ । ପୁଲିସ୍ ର ସହାୟତାରେ ସେ ଉକ୍ତ ଯୁବକଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲେ । ଆଉ କିଛି ବାଟ ନପାଇ ଯୁବତୀଙ୍କୁ ନିଜ ଘରେ ରଖିବାକୁ ରାଜି ହୋଇଯାଇଥିଲା ଯୁବକ । ସେହି ଅଞ୍ଚଳରେ ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.