fbpx

Heart Attack Risk: କମ ବୟସରେ ମଧ୍ୟ ହୋଇପାରେ ହାର୍ଟ ଆଟାକ! ଜାଣନ୍ତୁ କିପରି ନେବେ ଯତ୍ନ

ବୟସ ବଢ଼ିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ । ତେବେ କମ ବୟସରୁ ଏକ ସୁସ୍ଥ ଜୀବନଶଶୈଳୀ ଗ୍ରହଣ କରି ଏହି ରୋଗରୁ ଆପଣ ରକ୍ଷା ପାଇପାରିବେ । ପୂର୍ବ କାଳରେ ବୟସ୍କ ଏବଂ ବୃଦ୍ଧମାନେ ହୃଦରୋଗ ତଥା ହୃଦଘାତର ଶିକାର ହୋଇଥିଲେ । କିନ୍ତୁ ସମୟ ବଦଳିବା ସହିତ ଯୁବକମାନଙ୍କ ମଧ୍ୟରେ ଏହି ରୋଗର ଆଶଙ୍କା ମଧ୍ୟ ଦେଖାଯାଉଛି, ଯାହାକୁ ଏଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆଯାଏ ତେବେ ଅଳ୍ପ ବୟସରେ ଘଟୁଥିବା ପ୍ରାୟ ୮୦ ପ୍ରତିଶତ ହୃଦଘାତକୁ ରୋକାଯାଇପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧୂମ୍ରପାନରୁ ଦୂରେଇ ରହିବା, ସୁସ୍ଥ ଖାଦ୍ୟ ଶୈଳୀ ଗ୍ରହଣ କରିବା, ନିୟମିତ ବ୍ୟାୟାମ କରିବା, ଉପଯୁକ୍ତ ଓଜନ, ରକ୍ତଚାପ, ଚିନି ଏବଂ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବା ଅଭ୍ୟାସ ଅଳ୍ପ ବୟସରୁ ଆରମ୍ଭ ହେବା ଉଚିତ।

ହୃଦରୋଗ ମୁଖ୍ୟତଃ ହାର୍ଟରେ ଥିବା କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ପଦାର୍ଥର କାରଣରୁ ହୋଇଥାଏ । ଏହା ଆଥେରୋସ୍କ୍ଲେରୋସିସ ଭାବରେ ବେଶ ଜଣାଶୁଣା । ତେବେ ଏଗୁଡ଼ିକ ଅଳ୍ପ ବୟସରେ ହାର୍ଟ ଭିତରେ ତିଆରି ହୋଇଥାନ୍ତି ଏବଂ ସେହି ସ୍ଥାନଗୁଡିକୁ ଅବରୋଧ କରଥାନ୍ତି । ପଳରେ ହାର୍ଟ ଆମ ଶରୀରକୁ ପର୍ଯ୍ୟପ୍ତ ପରିମାଣର ରକ୍ତ ହୋଗାଇ ଦେବାକୁ ଅସମର୍ଥ ହୋଇଥାଏ । ଯାହା ଦ୍ୱାରା ବିଭିନ୍ନ ପ୍ରକାରର ହୃଦରରୋଗ ହୋଇଥାଏ ।

ଡାକ୍ତରଙ୍କ ଅନୁଯାୟୀ, ବ୍ୟାୟାମ କରିବା ସମୟରେ ଛାତିରେ କଷ୍ଟ ହେବା ଶ୍ୱାସକ୍ରିୟା ସମୟରେ କଷ୍ଟ ଅନୁଭବ ହେବା, ଝାଳ ବାହାରିବା, ଅସ୍ୱସ୍ତି ଲାଗିବା ଆଦି ହୃଦରୋଗର ଲକ୍ଷଣ ହୋଇଥାଏ । ତେଣୁ କମ ବୟସରୁ ଏହି ସବୁ ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ । ଏହା ସହିତ ଏକ ସୁସ୍ଥ ଖାଦ୍ୟଶୈଳୀ ସହିତ ନିୟମିତ ବ୍ୟାୟାମ ଏବଂ ଯୋଗ ମଧ୍ୟ ଦୈନନ୍ଦିନ ଜୀବନଶୈଳୀରେ ଯୋଗ କରିବା ଉଚିତ ।

Get real time updates directly on you device, subscribe now.