fbpx

ହାର୍ଟ ଆଟାକରୁ ବଞ୍ଚାଇବ ଏହି ଗୋଟିଏ ବଟିକା: ରିସର୍ଚ୍ଚରେ ବଡ଼ ଦାବି

ପ୍ରତିଦିନ ହାର୍ଟ ଆଟାକ୍ ବା ହୃଦଘାତରେ କେହି ମୃତ୍ୟୁ ବରଣ କରୁଥିବା ଶୁଣିବାକୁ ମିଳୁଛି । କରୋନା ମହାମାରୀ ପରେ ହୃଦଘାତର ଘଟଣା ବଢ଼ିବାରେ ଲାଗିଛି । ଲୋକମାନେ ଅଳ୍ପ ବୟସରେ ଏହି ରୋଗର ଶିକାର ହେଉଛନ୍ତି । ହୃଦ୍ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି । ଏହି ସମୟରେ ଏକ ଆରାମଦାୟକ ଖବର ସାମ୍ନାକୁ ଆସିଛି । ଏକ ମେଡିସିନକୁ ଅନୁମୋଦନ କରାଯାଇଛି, ଯାହା ଆପଣଙ୍କୁ ହୃଦଘାତରୁ ରକ୍ଷା କରିବ । ଏହି ଔଷଧର ନାମ ହେଉଛି କୋଲୋଚିସାଇନ୍ । ଡାକ୍ତରୀ ପରୀକ୍ଷଣରେ ହୃଦ୍ ରୋଗୀଙ୍କ ପାଇଁ ଏହାକୁ ପ୍ରଭାବଶାଳୀ ବୋଲି ବିବେଚନା କରିଛି ୟୁଏସ୍ ଏଫଡିଏ ।

କୋଲୋଚିସାଇନ୍ ମେଡିସିନକୁ କରୋନା ହୃଦ୍ ରୋଗ, ଆଞ୍ଜିନା, ହୃଦଘାତ, ଆଞ୍ଜିଓପ୍ଲାଷ୍ଟି ଏବଂ ବାଇପାସ୍ ସର୍ଜରୀ କରିଥିବା ରୋଗୀଙ୍କ ଚିକିତ୍ସା ପାଇଁ ଅନୁମୋଦନ କରିଛି ଏଫଡିଏ । ଭବିଷ୍ୟତରେ ହୃଦଘାତ ହେବାର ଆଶଙ୍କା ଥିବା ରୋଗୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହି ମେଡିସିନ୍ ବ୍ୟବହାର କରି ହୃଦ୍ ରୋଗକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରୋକାଯାଇପାରିବ । ହୃଦଘାତ ହେବାର ଆଶଙ୍କା ଥିବା ଲୋକମାନେ କୋଲୋଚିସାଇନ୍ ବ୍ୟବହାର କରି ହୃଦଘାତରୁ ରକ୍ଷା ପାଇପାରିବେ । ଏହି ମେଡିସିନ୍ ଭବିଷ୍ୟତରେ ହୃଦଘାତକୁ ମଧ୍ୟ ରୋକିପାରେ ।

କୋଲୋଚିସାଇନ ମେଡିସନ୍ କ’ଣ ?

ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର କାର୍ଡିଓଲୋଜି ବିଭାଗର ପ୍ରଫେସର ଡକ୍ଟର ରାଜୀବ ନାରାଙ୍ଗ ଏକ ଇଣ୍ଟରଭ୍ୟୁରେ ଏହି ମେଡିସିନ୍ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି । ଡକ୍ଟର ରାଜୀବ କହିଛନ୍ତି ଯେ, ଗାଉଟ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ କୋଲୋଚିସାଇନ୍ ମେଡିସିନ୍ ବ୍ୟବହୃତ ହୁଏ । ବର୍ତ୍ତମାନ ପରୀକ୍ଷଣରେ ଏହି ମେଡିସିନ୍ ହୃଦୟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ବୋଲି ଜଣାପଡିଛି । ଏହି ମେଡିସିନ୍ ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଭାରତରେ ହୃଦଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୦% ବୃଦ୍ଧି ପାଇଛି । ୧୦ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ବୟସ ୪୫ ବର୍ଷରୁ କମ୍ । ହୃଦଘାତ ମଧ୍ୟ ଦୁନିଆର ମୃତ୍ୟୁର ସବୁଠାରୁ ବଡ କାରଣ । ପ୍ରତିବର୍ଷ ହୃଦଘାତ ମାମଲା ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ହୃଦ୍ ରୋଗ ବହୁତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.