fbpx
BJD SKY
BJD SKY

ଏକ ବିରଳ ଘଟଣା! ଛାତିର ଡାହାଣ ପଟେ ରହିଥିଲା ‘ହୃଦୟ’, ଉକ୍ତ ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର

BJD

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷର ଶରୀରର ଛାତିର ବାମ ପଟେ ହୃଦୟ ବା ଦିଲ୍ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଯଦି ଜଣଙ୍କର ଛାତିର ଡାହାଣ ପଟେ ହୃଦୟ ରହିଥିବ ତେବେ ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଭଳି ସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଅଛି କି ନା ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଗତବର୍ଷ ଆମ ଦେଶରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ସେହି ଘଟଣାକୁ ନେଇ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗତବର୍ଷ ମେ ମାସରେ ଆନ୍ଧ୍ରପ୍ରଦେଶରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆସିଥିଲା । ଜଣେ ବ୍ୟକ୍ତିଙ୍କ ଶରୀରର ଡାହାଣ ପଟେ ତାଙ୍କର ହୃଦୟ ରହିଥିଲା । ତେବେ ଏହି ଘଟଣାକୁ ନେଇ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ସାଧାରଣ ଲୋକେ ଏହାର ରହସ୍ୟ ବିଷୟରେ ଅଜ୍ଞାତ ଥିଲେ । କାକୀନାଡ଼ା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଛାତିର ଡାହାଣ ପଟେ ହୃଦୟ ରହିଥିବା ଡାକ୍ତରଙ୍କ ଯାଞ୍ଚରୁ ଜଣାପଡ଼ିଥିଲା । ତେବେ ଡାକ୍ତରମାନେ ଉକ୍ତ ରୋଗକୁ ‘ଡେକ୍ସଟ୍ରୋକାର୍ଡିଆ’ ବୋଲି ନାମିତ କରିଥିଲେ ।

ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ହୃଦ ସମସ୍ୟା ସହ ଜଡ଼ିତ ଥିବାରୁ ଚିକିତ୍ସା କରାଇବା ପାଇଁ ସେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ତେବେ ଛାତି ଏକ୍ସ-ରେ କରାଇବା ପରେ ତାଙ୍କର ଛାତିର ଡାହାଣ ପଟେ ତାଙ୍କର ହୃଦୟ ରହିଥିବା ଜଣାପଡ଼ିଥିଲା । ଶ୍ରୀନିବାସଙ୍କ ହୃଦୟକୁ ରକ୍ତ ସପ୍ଲାଏ କରୁଥିବା ରକ୍ତନଳୀ ଦୁଇ ପଟୁ ଜାମ୍ ହୋଇଯାଇଥିଲା । ତେଣୁ ଡାକ୍ତରମାନେ ଦୁଇଟି ଯାକ ବ୍ଲକେଜକୁ ସଫା କରିବା ସହିତ ସର୍ଜରୀ କରିଥିଲେ । ଏହାର ଦୁଇଦିନ ପରେ ରୋଗୀକୁ ଘରକୁ ପଠାଇ ଦିଆଯାଇଥିଲା । ପ୍ରତି ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ ବୋଲି କୁହାଯାଇଥିଲା ।

ତେବେ ଏହି ସମସ୍ୟା ଦେଖାଦେଲେ ଅନେକ ଲୋକ ଡରିଯାଇଥାନ୍ତି । ତେବେ ଏହାଦ୍ୱାରା ଶରୀରର ବାହାର ଅଂଶର କୌଣସି କ୍ଷତି ହୁଏ ନାହିଁ । ମାତ୍ର ହୃଦୟ, ଫୁସଫୁସ ଓ ଅନ୍ୟ ଭିତର ଅଂଶ ଉପରେ ପ୍ରଭାବ ପଡ଼ିପାରେ । ତେଣୁ ରୋଗୀଙ୍କୁ ଆଲର୍ଟ ରହିବା ଜରୁରୀ ବୋଲି ଡାକ୍ତର କହିଥାନ୍ତି । ଗର୍ଭାବସ୍ଥା ସମୟରୁ ବଂଶାନୁକ୍ରମ ଅନୁସାରେ ଏଭଳି ଦେଖିବାକୁ ମିଳିଥାଏ । ଏହା ରୋଗ ଉପରେ ଅଧିକ ଗବେଷଣା ଜାରି ରହିଥିବା ବେଳେ ଏଥିପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନଥିବା ଡାକ୍ତର କହିଥିଲେ । ତେବେ ଏଭଳି ଘଟଣା ଶୁଣିବା ପରେ ଅଧିକାଂଶ ଲୋକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି ।

Get real time updates directly on you device, subscribe now.