fbpx

(Video) ୯ମ ଶ୍ରେଣୀରେ ପଢ଼ା ହେଉଛି କେମିିତି ହୁଏ ପ୍ରେମ, ଧୋକା ଖାଇଲେ କ’ଣ କରିବେ? ସେ ନେଇ ରହିଛି ପାଠ…

ଭୁବନେଶ୍ୱର: ଏଣିକି ସ୍କୁଲ ବହିରେ ବି ପ୍ରେମକୁ ନେଇ ପଢ଼ା ଯିବ ପାଠ। ପ୍ରେମକୁ ବହିରେ ପଢ଼ି ସିଖିବେ ଛାତ୍ରଛାତ୍ରୀ । ବୟସ ନହୋଇ ପ୍ରେମ କରୁଥିବା ପିଲାଙ୍କ ପାଇଁ ରହିଛି ଏହି ପୁରା ବିଷୟ । କେମିତି ପ୍ରେମ ହୁଏ କେମିତି ଧୋକ ଖାଆନ୍ତି । ଏବଂ ଧୋକ ଖାଇଲା ପରେ କଣ କରିବେ ସେ ନେଇ ରହିଛି ପୁରା ବହିରେ । ହଁ ଆଜ୍ଞା ପ୍ରେମ କୌଣସି ବୟସରେ ବି ହୋଇଯାଇପାରେ । ପ୍ରେମକୁ ନିଭେଇବା ପ୍ରତିଟି ମଣିଷ ପାଇଁ ଅତ୍ୟନ୍ତ କଷ୍ଟ । ହେଲେ ଏହି କଷ୍ଟ ଅଧିକ ରହିଥାଏ ଗୋଟିଏ କିଶୋର ଅବସ୍ଥାର ପିଲା ପାଇଁ । ସେ ସେହି ସମୟରେ କିଛି ବି ବୁଝି ପାରେ ନାହିଁ ସେ କଣ କରୁଛି । କିଶୋର ଅବସ୍ଥାରେ ପ୍ରେମ ପାଇଁ ନେଇଥିବା ପ୍ରତିଟି ନିଷ୍ପତ୍ତି ଭୁଲ ପ୍ରମାଣତ ହୋଇଥାଏ । ଯାହା ପରେ ପିଲାଟି ଏମିତି କିଛି ନିଷ୍ପତ୍ତି ନେଇଯାଏ ଯାହା ପାଇଁ ପୁରା ପରିବାର ଖରାପ ପରିସ୍ଥିତିର ସାମ୍ନା କରନ୍ତି । ଆଉ ସେହି ସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେ ସିବିଏସ୍‌ଇର ୯ମ ଶ୍ରେଣୀର ବହିରେ ରହିଛି ପ୍ରେମକୁ ନେଇ ପାଠ ।

୯ମ ଶ୍ରେଣୀରେ ପଢ଼ା ହେଉଥିବା ବିଷୟର ନାମ ରହିଛି ଡେଟିଂ ଆଣ୍ଡ ରିଲେସନସିପ୍ । ପୁରା ସ୍ପଷ୍ଟ ଭାବରେ ଗୋଟିଏ ଗୋଟିଏ ପଏଣ୍ଟ କରି ଅତି ସୁନ୍ଦର ଭାବରେ ବୁଝା ଯାଇଛି । ଯାହାକୁ ପଢ଼ିଲା ପରେ ଗୋଟିଏ କିଶୋର ଅବସ୍ଥାରେ ଥିବା ପିଲା ପ୍ରକୃତ ଏବଂ ସୁସ୍ଥ ସମ୍ପର୍କକୁ ବୁଝି ପାରିବ ଏବଂ ଖରାପ ନିଷ୍ପତ୍ତି ଠାରୁ ଦୁରେଇ ରହିବ । ଟିକେ ଏହି ବିଷୟକୁ ଦେଖନ୍ତୁ ସେଥିରେ କଣ ସବୁ ଲେଖା ରହିଛି । କେମିତି ବୁଝା ଯାଇଛି ଟିକେ ଦେଖନ୍ତୁ । ୯ମ ଶ୍ରେଣୀର ଏହି ବିଷୟଟି ପୁରା ଡେଟିଂ ଏବଂ ରିଲେସନସିପ ଉପରେ ବ୍ୟାଖ୍ୟା କରାଯାଇଛି । ଡେଟିଂରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ଶବ୍ଦ ଘୋଷ୍ଟିଂ, କ୍ୟାଟଫିସିଂ ଏବଂ ସାଇବରବୁଲିଙ୍ଗକୁ ବର୍ଣ୍ଣନା କରାଯାଇଛି । କ୍ରସ ବା ସ୍ୱତନ୍ତ୍ର ବନ୍ଧୁତା ଭଳି ଶବ୍ଦକୁ ସରଳ କାହାଣୀ ଏବଂ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରାଯାଇଛି ।

ତେବେ କିଶୋର ଅବସ୍ଥାରେ ପ୍ରେମ କାଳ ପାଲଟିଥାଏ । ପ୍ରେମରେ ପଡ଼ି ଏମିତି ସବୁ ନିଷ୍ପତ୍ତି ନେଇଯାଆନ୍ତି ଯାହା ପୁରା ଜୀବନକୁ ଖରାପ କରିଦିଏ । ଯଦି ଦେଖିବା ପ୍ରେମରେ ଧୋଖା ଖାଇଲା ପରେ କି ପ୍ରେମରେ ପଡ଼ିଲା ପରେ ନିଜ ପିତାମାତାଙ୍କ ସହ ଏ ନେଇ ଖୋଲାଖୋଲି କଥା ହୋଇ ପାରନ୍ତି ନାହିଁ । ଇଣ୍ଟର ନେଟର କିମ୍ବା ସାଙ୍ଗ ମାନଙ୍କର ସାହାରା ନେଇଥାନ୍ତି । ଯାହା ସବୁବେଳେ ବିଶ୍ୱାସଯୋଗ୍ୟ ହୋଇନଥାଏ । ଯେଉଁଥିପାଇଁ ଏ କ୍ଷେତ୍ରରେ ପରିବାର ଏବଂ ବିଦ୍ୟାଳୟକୁ ଆଗକୁ ଆସିବା ଉଚିତ । କିଶୋର ମାନଙ୍କୁ ସୁସ୍ଥ ସମ୍ପର୍କର ଅର୍ଥ କଣ ଏବଂ ଖରାପ ସମ୍ପର୍କକୁ କିପରି ଚିହ୍ନଟ କରିବେ ସେ ନେଇ ଶିକ୍ଷା ଦେବା ଉଚିତ । ସେପଟେ ଏହି ପରି ବିଷୟକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରସଂଶା କରାଯାଉଛି । ଆଜି ସମୟକୁ ନେଇ ଏମିତି ପାଠ ପଢ଼ା ହେବା ଉଚିତ ବୋଲି ସମସ୍ତେ ମତ ଦେଉଛନ୍ତି । ବ୍ରେକଅପ୍ ନେଭିଗେଟର ଉପରେ ଗୋଟିଏ ଅଧ୍ୟାୟ ହେବା ଉଚିତ ବୋଲି କେତେକ ମତ ଦେଇଛନ୍ତି ।

 

Get real time updates directly on you device, subscribe now.