ମାର୍ଚ୍ଚରୁ ଏତେ, ଆଗକୁ କେତେ! ଖରାରେ ସିଝିଲାଣି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଅପରାହ୍ନ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଉରକେଲାରେ ଆଜିର ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ଥିବାବେଳେ ସମ୍ବଲପୁରରେ ୩୯ ଡିଗ୍ରୀ, ହୀରାକୁଦରେ ୩୮.୪ ଡିଗ୍ରୀ ରହିଥିବାବେଳେ କେନ୍ଦୁଝର ଓ ଚାନ୍ଦବାଲି ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଡେଇଁବା ନେଇ ଆକଳନ କରାଯାଇଥିଲା । ମାର୍ଚ୍ଚ ୧୦ ତାରିଖରୁ ହିଁ ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଆଗାମୀ ଦିନରେ ଏ ତାପମାତ୍ରା ଅଧିକ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।