ପ୍ରୟାଗରାଜରେ ପ୍ରବଳ ଭିଡ଼, ଏପର୍ଯ୍ୟନ୍ତ ବୁଡ଼ ପକାଇଲେଣି ୪୫ କୋଟି

ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼

ପ୍ରୟାଗରାଜ: ଆଜି ମାଘ ପୂର୍ଣ୍ଣିମା। ଏଥିପାଇଁ ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ ଦୃଶ୍ୟମାନ ହୋଇଛି। ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜ ତ୍ରିବେଣି ସଙ୍ଗମ ପାଲଟିଛି ଜନସମୁଦ୍ର।

ଆଜି ବୁଡ଼ ପକାଇଲେଣି ଲକ୍ଷେରୁ ଅଧିକ ଶ୍ରଦ୍ଧାଳୁ। ତେବେ ମହାକୁମ୍ଭରେ ଏପର୍ଯ୍ୟନ୍ତ ବୁଡ଼ ପକାଇଲେଣି ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ସହରରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।