fbpx

ବାତ୍ୟା ପ୍ରଭାବ, ୪ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ନେଇ ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତର ଦିଗରେ ଗତି କରିବ । ପରେ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ । କେଉଁଠି ଲ୍ୟାଣ୍ଡଫଲ କରିବ କାଲି ସନ୍ଧ୍ୟା ବେଳକୁ ଜଣାପଡ଼ିବ । ୧୯ତାରିଖରେ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୨୦ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜରେ ବର୍ଷା ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଗାଯୋଗ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । କୋଭିଡ଼ ସହ ବାତ୍ୟାର ସଫଳ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା ମୁକାବିଲା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଠାବ କରି ପ୍ରସ୍ତୁତ ପାଇଁ କୁହାଯାଇଛି । ଆବଶ୍ୟକ ସ୍ତଳେ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ୧୨ଟି ଜିଲ୍ଲାରେ ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ୩ଦିନ ଆଗରୁ ପ୍ରସ୍ତୁତି କରିଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପ୍ରାୟ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ଫସଲକୁ କେମିତି ଅମଳ କରି ସୁରକ୍ଷିତ ରଖିବେ ଚାଷୀଙ୍କୁ କୁହାଯାଇଛି । ବିଦ୍ୟୁତ ସରବରାହ ସିଷ୍ଟମର ସୁରକ୍ଷା ଉପରେ ଜୋର ଦିଆଯାଇଛି । ଏହାସହ ଓଡ୍ରାଫ, ଏନଡ଼ିଆରଏଫ, ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି ।

Get real time updates directly on you device, subscribe now.