fbpx

ଆସନ୍ତକାଲିଠୁ ରାଜ୍ୟରେ ୧୧ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେତେ ତାରିଖରେ କେଉଁ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା!

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୯ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୭ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଅଗଷ୍ଟ ୮ରେ ୪ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ଜିଲ୍ଲା ଗୁଡ଼ିକ ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ।

ସେହିପରି ଅଗଷ୍ଟ ୯ରେ ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ଜିଲ୍ଲା ଗୁଡ଼ିକ ହେଉଛି କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ । ସେହି ୯ତାରିଖ ଦିନ ୭ଜିଲ୍ଲା (ନୂଆପଡ଼ା, ରାୟଗଡ଼ା, ଗଜପତି, ପୁରୀ, ବରଗଡ଼, ସୋନପୁର, ସମ୍ବଲପୁର) ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅଗଷ୍ଟ ୧୦ରେ ୧୦ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୦ଜିଲ୍ଲା ଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ନବରଙ୍ଗପୁର, ଗଞ୍ଜାମ । ଏହାସହ ୬ଜିଲ୍ଲା( ମାଲକାନଗିରି, ପୁରୀ, ଖୋର୍ଦ୍ଧା, ସୋନପୁର, ସମ୍ବଲପୁର, ଅନୁଗୁଳ)ରେ ପ୍ରବଳ ବର୍ଷା ହେବ ।

ଅଗଷ୍ଟ ୧୧ରେ ପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ମାଲକାନଗିରି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.