fbpx

ସୁଶାନ୍ତଙ୍କ ମାମଲା: କ୍ୱାରେଣ୍ଟାଇନରୁ ବାହାରିବା ପରେ କ’ଣ କହିଲେ ଆଇପିଏସ ବିନୟ?

ମୁମ୍ବାଇ,୭ ।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବିହାର ପାଟଣା ସିଟି ଏସପିଙ୍କୁ ମୁମ୍ବାଇରେ କ୍ୱାରେଣ୍ଟାଇନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପାଟନା ସିଟି ଏସପି ବା ଆଇପିଏସ ଅଫିସର ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଛାଡିଛି ବିଏମସି । କ୍ୱାରେଣ୍ଟାଇନରୁ ବାହାରିବା ପରେ ବିନୟ ତିୱାରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋତେ ନୁହେଁ ଯାଞ୍ଚକୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ତେବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିନୟ ମୁମ୍ବାଇ ଆସିଥିଲେ । କିନ୍ତୁ ମୁମ୍ବାଇରେ ପହଞ୍ଚିବା ପରେ ବିନୟଙ୍କୁ ବିଏମସି କ୍ବାରେଣ୍ଟାଇନରେ ରଖିଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ପୂର୍ବରୁ ବିନୟଙ୍କୁ ମୁକ୍ତ କରିଛି ବିଏମସି । କ୍ବାରେଣ୍ଟାଇନରୁ ମୁକ୍ତ ହେବା ପରେ ଆଜି ସଂଧ୍ୟା ୫ଟା ୩୦ରେ ବିନୟ ପାଟନା ଯିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.