fbpx

ଆଜିଠାରୁ ୫ତାରିଖ ଯାଏଁ ପୁଣି ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା କେଉଁ ତାରିଖରେ ରହିବେ ସତର୍କ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩ରୁ ୪ଦିନ ପାଗ ଶୁଖିଲା ଥିବା ବେଳେ ପୁଣି ଆଜିଠାରୁ ଆସନ୍ତା ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୩୧ ରେ ଉପକୂଳ ଓଡ଼ିଶା ସହ ୭ ଜିଲ୍ଳାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହାସହ ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ଜିଲ୍ଲା ଗୁଡ଼ିକ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ । ସେହିପରି ସେପ୍ଟେମ୍ବର ୧ତାରିଖରେ ୮ଜିଲ୍ଳାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଜିଲ୍ଲା ଗୁଡ଼ିକ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି । ସେପ୍ଟେମ୍ବର ୨ରେ ୧୧ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.