fbpx

ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ, ୩୧ା୮: ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମାକୁ ବୃଦ୍ଧି କରିଛି କେନ୍ଦ୍ର । ଅନଲକ ୪.୦ ତଥା ସେପ୍ଟେମ୍ବର ୩୦ ଯାଏଁ ବିମାନ ଉଡ଼ାଣ ବାତିଲ ବଳବତ୍ତର ରହିବ । କେବଳ ଡିଜିସିଏ ଅନୁମତି ପ୍ରାପ୍ତ କାର୍ଗୋ ଅପରେସନ ଓ ବିମାନକୁ ଅନୁମତି ଦିଆଯିବ । କିନ୍ତୁ ଜରୁରୀ ସାମଗ୍ରୀ ନେବା ଆଣିବା କାର୍ଯ୍ୟ ଜାରି ରହିବ ବୋଲି ଡିଜିସିଏ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ରେ ଉଲ୍ଲେଖ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ମାର୍ଚ୍ଚ ୨୩ରୁ ଆନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଥିଲା । କିନ୍ତୁ ଯେହେତୁ ବିଦେଶରେ ବହୁ ଭାରତୀୟ ଫଶି ରହିଥିଲେ ତେଣୁ ବନ୍ଦେ ଭାରତ ମିଶନ ଜରିଆରେ କିଛି ଦେଶକୁ ବିମାନ ଉଡାଣ ମେ ମାସରୁ ଆରମ୍ଭ ହୋଇଥିଲା । ଏବେ ବି ବନ୍ଦେ ଭାରତ ମିଶନ ବିମାନ ସେବା ଜାରି ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.