fbpx

ଅମ୍ଫାନ ପ୍ରଭାବ, ୬ଜିଲ୍ଲାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ, ୧୮ା୫: ବାତ୍ୟା ଅମ୍ଫାନର ପ୍ରଭାବ ରେ ଓଡ଼ିଶାର ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୬ଜିଲ୍ଲାଗୁଡ଼ିକ ହେଉଛି ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ମୟୁରଭଞ୍ଜ । ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାରାଦ୍ୱୀପଠାରୁ ୭୭୦କିଲୋମିଟର ଦୂରରେ ଅମ୍ଫାନ ରହିଛି । ବଙ୍ଗୋପସାଗରରେ ଘଣ୍ଟାକୁ ୪କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା । ଉଲ୍ଲେଖଯୋଗ୍ୟ ଯେ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ସାରିଛି ଅମ୍ଫାନ ।

Get real time updates directly on you device, subscribe now.