fbpx

ଟ୍ୱିନସିଟିରେ ଆରମ୍ଭ ହୋଇଗଲା ଘୂର୍ଣ୍ଣିଝଡ ଓ ବର୍ଷା, ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କବାଣୀ?

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ଅସହ୍ୟ ଗରମ ପରେ ହଠାତ୍ ବଦଳିଯାଇଛି ରାଜଧାନୀର ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକରେ ଘୂର୍ଣ୍ଣିଝଡ, ବର୍ଷା ସହ ବଜ୍ରପାତ ଆରମ୍ଭ ହୋଇସାରିଛି । କୁଆପଥର ବୃଷ୍ଟି ଓ ବଜ୍ରପାତକୁ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଥିବାର ଦେଖିବାକୁ ମିଳିଛି । ତେବେ ଆସନ୍ତା ତିନିଦିନ ପାଇଁ ରାଜ୍ୟରେ ପାଣିପାଗର ସ୍ଥିତି କିଭଳି ରହିବ ସେ ନେଇ ସୂଚନା ଦେଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ମିଳିଥିବା ସୂଚନା ମୁତାବକ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହେବାର ସତର୍କବାଣୀ ଦିଆଯାଇଥିଲା ।

ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ । ସେହିପରି ୨୮ ତାରିଖ ସକାଳ ୮ଟା ୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ । ତେବେ ପୂର୍ବ ଓ ଉତ୍ତର ଓଡିଶାରେ ଏଭଳି ପାଣିପାଗ ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ହିଟୱେଭର ସମ୍ଭାବନା ରହିଛି ।

୩୧ ତାରିଖ ସକାଳ ୮ଟା ୩୦ରୁ ଏପ୍ରିଲ ୧ ସକାଳ ୮ଟା ୩୦ ଯାଏ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ହିଟୱେଭ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହିଟୱେଭକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.