fbpx

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ୍ ଜାମ୍, ଜାରି ହେଲା ରେଡ ଆଲର୍ଟ

AAKASH

ମୁମ୍ବାଇ,୪ ।୭: ଶୁକ୍ରବାର ରାତିରୁ ମୁମ୍ବାଇରେ ମୁଷଳଧାରାରେ ବର୍ଷା ହୋଇଛି । ଲଗାତାର ବର୍ଷା ଯୋଗୁଁ ମୁମ୍ବାଇର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ ଉପରେ ଟ୍ରେନଗୁଡିକ ଜମି ରହିଛି । ଏନେଇ ରତ୍ନଗିରି ଓ ରାୟଗଡରେ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ହେବାରୁ ଫ୍ଲାଏ ଓଭରଗୁଡିକୁ ବନ୍ଦ କରାଯାଇଛି । ଅନେକ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଛି । ଅନ୍ୟପଟେ ସମୁଦ୍ରକୂଳଠାରୁ ଲୋକମାନଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ଅନୁସାରେ, ମୁମ୍ବାଇର ଅନେକ ଅଞ୍ଚଳରେ ୭୦ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଓ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.