fbpx
BSKY
BJD SHG SKY
BJD MC SKY

କେରଳରେ ମୌସୂମୀ ପୂର୍ବରୁ ମୁଷଳ ବର୍ଷା: ଉତ୍ତର ଭାରତରେ ଖୁବ ଶୀଘ୍ର ଅସହ୍ୟ ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଉତ୍ତର ଭାରତରେ ଭୀଷଣ ଗରମ ଏବଂ ତାତିକୁ ନେଇ ଚିନ୍ତାରେ ସାଧାରଣ ଜନତା । କିନ୍ତୁ କେରଳରେ ଏହାର ସାମାନ୍ୟ ଓଲଟା ଘଟଣା ଦେଖିବାକୁ ମିଳିଛି । ମୌସୂମୀ ପୂର୍ବରୁ ଏଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟର ଅନେକ ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ପାଣିପାଗ ବିଭାଗ । ୨ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟର ଅନ୍ତର୍ଭୁକ୍ତ କରାଯାଇଛି ।

ପୋର୍ଟ ସିଟି କୋଚିର ଅଧିକାଂଶ ଅଞ୍ଚଳରେ ବର୍ଷା ଯୋଗୁଁ ପାଣି ପଶିଯାଇଛି । ତେବେ ସୁରକ୍ଷାକୁ ନଜରରେ ରଖି ତଳୁଆ ଅଞ୍ଚଳର ସମସ୍ତ ଲୋକମାନଙ୍କୁ ସରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଛି ପ୍ରଶାସନ । ସେପଟେ ପର୍ବତୀୟ ଇଲାକାକୁ ଯିବା ପାଇଁ ସରକାର ଚେତାବନୀ ଦେଇଛନ୍ତି । ପୋଲିସ ଏବଂ ରେଭେନ୍ୟୁ ଅଥରିଟିକୁ ମଧ୍ୟ ଆଲର୍ଟ ଜାରି ହୋଇଛି । ରାଜ୍ୟରେ କୌଣସି ବି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରିଭେନ୍ୟୁ ମିନିଷ୍ଟର କେ ରାଜନ । ତେବେ ସମସ୍ତ ଡ୍ୟାମରେ ସ୍ୱାଭାବିକ ସ୍ତରରେ ପାଣି ରହିଛି, ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସେହିପରି ଇଡ୍ଡୁକୀ ଏବଂ ଏର୍ଣ୍ଣାକୁଲମରେ ରେଡ ଆଲର୍ଟ ଜାରି ରହିବ । ଅର୍ଥାତ ଏହି ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥାନ ମାନଙ୍କରେ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅନ୍ୟ ପକ୍ଷରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ସ୍ଥାନ ମାନଙ୍କରେ ୬-୨୦ସେ.ମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ମେ ୨୭ ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୂମୀ କେରଳରେ ପହଞ୍ଚିବ ବୋଲି ମୌସୂମୀ ବିଭାଗ ତରଫରୁ ସୂଚନା ଜାରି ହୋଇଛି । ଯାହା ଫଳରେ ରାଜ୍ୟରେ ଏହି ସମୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଏହାଦ୍ୱାରା ଅସହ୍ୟ ତାତିରୁ ମଧ୍ୟ ମୁକ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର, ହିମାଚଳ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେେ ଜଳବାୟୁ ପରିବର୍ତ୍ତନ ହେବ । ତେବେ ୧୬ ଏବଂ ୧୭ ତାରିଖରେ ପ୍ରବଳ ବର୍ଷା ସହ ଝଡ ତୋଫାନ ହେବା ନେଇ ପାଣିପାଗ ବିଭାଗ ତରଫରୁ ଆଲର୍ଟ କରାଯାଇଛି ।

Get real time updates directly on you device, subscribe now.