fbpx

କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା, କହିଲେ ଦେଶରେ ଘୃଣାଭାବର ପ୍ରସାର କରାଯାଉଛି

ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚାଲିଥିବା “ଚିନ୍ତନ ଶିବିର’ରେ ରାହୁଲ ଗାନ୍ଧୀ ବିଜପି ଉପରେ ଜୋରଦାର ହାମଲା କରିଛନ୍ତି । ସେ କହିଛନ୍ତି ବିଜେପି ଦେଶରେ ଦଳିତ ମାନଙ୍କୁ ଅପମାନ କରିଛି । ଯେଉଁମାନଙ୍କ କଥା ସେଠାରେ ଶୁଣାଯାଉ ନାହିଁ । କଂଗ୍ରେସ ଏକମାତ୍ର ଦଳ ଯେଉଁଠାରେ ଦଳିତ ମାନଙ୍କୁ ସମ୍ମାନ ଦିଆଯାଏ ।

ଏହା ସହ ସେ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ଭାରତର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରି ଦେଇଛନ୍ତି । ଗୋଟିଏ ପଟରେ ବେରୋଜଗାର ସମସ୍ୟା ରହିଥିବା ବେଳେ ଅନ୍ୟପଟରେ ଦରବୃଦ୍ଧି ସମସ୍ୟା ଲାଗି ରହିଛି । ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଚାଲିଛି । ଆଗକୁ ମୁଦ୍ରାସ୍ପୀତି ଉପରେ ଏହାର ପ୍ରଭାବ ରହିବ । ଭାରତ ସରକାର ଏଥିପ୍ରତି ଦାୟିତ୍ୱବାନ ହେବା ଉଚିତ୍ ଏବଂ ଏହାର ସମାଧାନ ବାହାର କରାଯିବା ଉଚିତ୍ । କେନ୍ଦ୍ର ସରକାର ଦେଶରେ ନୋଟବନ୍ଦୀ ଏବଂ ଜିଏସଟି ଆଣି ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଛନ୍ତି । ଏହା ସହ ସେ ଦଳୀୟ କର୍ମିଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆଜି ଦେଶରେ ଘୃଣାଭାବ ପ୍ରସାର କରାଯାଉଛି । ଯାହା ବିରୋଧରେ ଆମକୁ ଲଢ଼ିବାକୁ ପଡ଼ିବ ।

ମିଡିଆ ରିପୋର୍ଟ ମୁତାବକ ଆଜି କଂଗ୍ରେସ କାର୍ଯ୍ୟକାରି ସମିତିର ବୈଠକରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟ ଉପରେ ମୋହର ଲାଗିଛି । ଗୋଟିଏ ପରିବାର ଗୋଟିଏ ଟିକେଟ ଉପରେ ମୋହର ଲାଗିଛି । ଏହା ସହ ପାଞ୍ଚବର୍ଷ ସଂଗଠନରେ ସକ୍ରିୟ ରହିବା ପରେ ପରିବାରର କୌଣସି ଦ୍ୱିତୀୟ ଲୋକଙ୍କୁ ଟିକେଟ ମିଳିବ । ଏବେ ପାର୍ଟିରେ କୌଣସି ବ୍ୟକ୍ତି ମାତ୍ର ପାଞ୍ଚବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିପାରିବ । ତିନି ବର୍ଷ ସଂଗଠନ ପାଇଁ କାମ କରିବା ପରେ ତାଙ୍କୁ ପୁଣି କୌଣସି ପଦବୀ ମିଳିବ ।

Get real time updates directly on you device, subscribe now.