fbpx

ବଦଳିଲେ ମାହାଙ୍ଗା ଥାନା ଆଇଆଇସି: ସ୍ତ୍ରୀ ଗିରଫ ହେବା ପରେ…

ମାହାଙ୍ଗା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି । ମାହାଙ୍ଗା ଆଇଆଇସି ନିହାର ରଞ୍ଜନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାଲି ନିହାରଙ୍କ ସ୍ତ୍ରୀ ମୀନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।

ସ୍ତ୍ରୀଙ୍କ ଗିରଫ ପରେ ଆଇଆଇସି ଭିଜିଲାନ୍ସ ଆଗରେ ହାଜର ହୋଇଥିଲେ । ଆଗକୁ ଭିଜିଲାନ୍ସର ସର୍ଚ୍ଚ ଅପରେସନରେ ନିହାରଙ୍କୁ ଅଧିକ ଜେରା ହେବ । ଏନେଇ ରାଜ୍ୟ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

ତେବେ କଟକ ଏସପି ଅଫିସକୁ ନିହାରଙ୍କ ବଦଳି ହୋଇଛି । ମାହାଙ୍ଗାରେ ଥିବା ନିହାରଙ୍କ ସରକାରୀ ବାସଭବନ ସିଲ୍ କରାଯାଇଛି । ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନାର ଦାୟିତ୍ୱ ଦିଆଯାଇଛି । ଭିଜିଲାନ୍ସ ଦ୍ୱାରା ଗିରଫ ରାୟଗଡ଼ା ଅବକାରୀ ଅଧୀକ୍ଷକ ମୀନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ।

Get real time updates directly on you device, subscribe now.