fbpx

ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ, ୧ା୬: ଚଳିତବର୍ଷ ମୌସୁମୀ ସ୍ୱାଭାବିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପାଇଁ ପରିବେଶ ଅନୁକୂଳ ରହିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୨% ବର୍ଷା ହେବ । ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ୧୦୭%, କେନ୍ଦ୍ରାଞ୍ଚଳରେ ୧୦୩%, ଦକ୍ଷିଣାଞ୍ଚଳରେ ୧୦୨% , ଉତ୍ତରପୂର୍ବାଞ୍ଚଳରେ ୯୬% ବର୍ଷା ହେବା ନେଇ ଆକଳନ କରାଯାଇଛି ।

Get real time updates directly on you device, subscribe now.