ଆଗାମୀ 24 ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା; 3 ଜିଲ୍ଲାକୁ ୱାର୍ଣ୍ଣିଂ, ବଜ୍ରପାତ ସତର୍କତା
ଆଗାମୀ 24 ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଭୁବନେଶ୍ବର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଆଗାମୀ 24 ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ 20 ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ହେବ ପ୍ରବଳ ବର୍ଷା। ଆଜି ଓ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ହେବ ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଗାଙ୍ଗେୟା ପଶ୍ଚିମବଙ୍ଗ ନିକଟ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଉ ଏକ ନିମ୍ନଚାପ ରେଖା ମଧ୍ୟ ବାୟୁମଣ୍ଡଳ ଉପରି ଭାଗରେ ରହିଛି। ଫଳରେ ଆସନ୍ତା ୨୪ ଘଂଟା କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ।
ଚଳିତ ବର୍ଷାଋତୁରେ ଆମ ରାଜ୍ୟ ଉତ୍ତର ଓ ଦକ୍ଷିଣରେ ଥିବା ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ବା ତା’ଠୁ ଅଧିକ ବର୍ଷା ହୋଇଛି କିନ୍ତୁ ସେହି ତୁଳନାରେ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଗତ ଜୁନ ୧ ତାରିଖରୁ ଜୁଲାଇ ୩୦ ତାରିଖ ଦୁଇ ମାସ ମଧ୍ୟରେ ରାଜ୍ୟରେ ସବୁ ଜିଲ୍ଲାରେ ବର୍ଷା ତାରତମ୍ୟ ଠିକ୍ ନାହିଁ । ୧୦ ଜିଲ୍ଲାରେ ବର୍ଷାର ପରିମାଣ ୩୬% ରୁ ୬୦ % ଅଧିକ ହୋଇଥିବା ବେଳେ ୪ ଜିଲ୍ଲାରେ ୨୦% ରୁ ୩୫ % କମ ବର୍ଷା ରେକର୍ଡ ହୋଇଛି ।