fbpx

୧୧ଟି ଜିଲ୍ଲାରେ ପ୍ରବଳ ବର୍ଷିବ! ୬ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨ ।୮(ଓଡିଶା ଭାସ୍କର): ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା, ବରଗଡ, ଦେବଗଡ, ବୌଦ୍ଧ , ଢେଙ୍କାନାଳ, କେନ୍ଦୁଝର, ମହୂରଭଞ୍ଜ ଓ ଜଗତସିଂହପୁର ।

ଅଗଷ୍ଟ ୩ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଉଛି- ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ,ସୋନପୁର, ବରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳ, ସୁନ୍ଦରଗଡ । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅଗଷ୍ଟ ୪ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୩ଟି ଜିଲ୍ଲା ହେଉଛି-ଢେଙ୍କାନାଳ, ଯାଜପୁର ଓ କଳାହାଣ୍ଡି । ଅନ୍ୟ ୧୦ଟି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି, ଯଥା-ମାଲକାନଗିରି, କୋରାପୁଟ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, କେନ୍ଦୁଝର, ବୌଦ୍ଧ ଅନୁଗୁଳ, ନୂଆପଡା, ବଲାଙ୍ଗୀର ।

ସେହିପରି ଅଗଷ୍ଟ ୫ ପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଥିବା ଜିଲ୍ଲାଗୁଡିକ ହେଉଛି-ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, କଟକ, ଅନୁଗୁଳ, ସୋନପୁର ।

ଅଗଷ୍ଟ ୬ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୩ଟି ଜିଲ୍ଲା ହେଉଛି ବରଗଡ, ସୁନ୍ଦରଗଡ ଓ ଦେବଗଡ । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.