fbpx

୪ରୁ ଶିକ୍ଷକଙ୍କୁ ଅନଲାଇନ୍ କ୍ଲାସ୍

ଭୁବନେଶ୍ୱର,୨ ।୮(ଓଡିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୪ରୁ ୫ ଦିନ ଧରି ଶିକ୍ଷକମାନଙ୍କୁ ଅନଲାଇନ୍ ତାଲିମ ଦିଆଯିବ । ୧୦୧ ଉକ୍ରର୍ଷ ବିଦ୍ୟାଳୟ ଓ ଶିକ୍ଷକ, ଶିକ୍ଷା କଲେଜ ଶିକ୍ଷକମାନେ ତାଲିମ ନେବେ । ସବୁ ଜିଲ୍ଲାରୁ ଗୋଟିଏ ଲେଖାଏଁ +୨ କଲେଜ ଶିକ୍ଷକଙ୍କୁ ତାଲିମ ଦିଆଯିବ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳ ଶୂନ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଥାହେବେ ।

ତେବେ ଏଥର ୩୧ ସ୍କୁଲର ସବୁ ଛାତ୍ର ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ୨ ଦିନ ଭିତରେ +୨ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମୀର ଦାଶ କହିଛନ୍ତି ।

Get real time updates directly on you device, subscribe now.