fbpx

Video; ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା, ବୁଡ଼ିଗଲା ସହରର ବିଭିନ୍ନ ଅଞ୍ଚଳ…

Advertisement

ଭୁବନେଶ୍ୱର :  (ଓଡ଼ିଶା ଭାସ୍କର) ଆଜି ଅପରାହ୍ଣରେ ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା। ଏପରିକି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେିଛି। ବର୍ଷା ଛାଡ଼ିବା ପରେ ଏନଏଚ୍-୧୬ ଉପରେ ଟ୍ରାଫିକରେ ଭିସଣ ଜାମ୍ ଦେଖାଦେଇଛି। ଭିଷଣ ଖରା-ଗୁଳୁଗୁଳି ପରେ ଆଜି ହଠାତ୍ ବଦଳିଗଲା ପାଗ। ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି।

ବର୍ଷା ପାଇଁ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି। ପାଣିପାଗର ପୂର୍ବାନୁମାନରୁ କୁହାଯାଇଥିଲା ରାଜଧାନୀ ଭୁବନେଶ୍ୱରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା। ବର୍ଷାର ପରିମାଣ, ପବନର ଦିଗ ଓ ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି। ମୌସୁମୀର ପ୍ରଭାବରେ ଓଡ଼ିଶାରେ ବର୍ଷା ବୃଦ୍ଧି ପାଇଛି।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି। ଆଗାମୀ ଦିନ ଠାରୁ ବର୍ଷାର ପରିମାଣ ବଢିବ। ଅଧିକାଂଶ ଅଞ୍ଚଳରେ ପ୍ରଚୁର ପରିମାଣରେ ବର୍ଷା ହେବାର ଆସଙ୍କା ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ବରଗଡ଼, ମାଲକାନାଗିରି, ଯାଜପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Get real time updates directly on you device, subscribe now.