fbpx

ଆହୁରି ଛେଚିବ: ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ମଧ୍ୟାହ୍ନରେ ପୁରୀରେ ପହଞ୍ଚିବ ‘ଜୱାଦ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ଏବେ ଦୁର୍ବଳ ହୋଇଯାଇଛି ସତ କିନ୍ତୁ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗଭୀର ଅବପାତ ପରେ ଏବେ ଉତ୍ତର-ଉତ୍ତରପୂର୍ବ ଦିଗମୁହାଁ ହୋଇଛି ବାତ୍ୟା । ଅବପାତରେ ପରିଣତ ହେବା ପରେ ମଧ୍ୟାହ୍ନରେ ପୁରୀ ଉପକୂଳ ପାଖାପାଖି ହେବ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି ଜୱାଦ୍ । ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ରାଜ୍ୟର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଉକ୍ତ ୫ଟି ଜିଲ୍ଲା ହେଉଛି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର ।

ସେହିପରି ଉପରୋକ୍ତ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ । ଏହି ୭ଟି ଜିଲ୍ଲାରେ ଦିନତମାମ ପ୍ରବଳ ବର୍ଷା ଲାଗି ରହିବ । ଆଶ୍ୱସ୍ତିକର କଥା ହେଉଛି ଓଡ଼ିଶା ଉପରୁ ବାତ୍ୟା ସଙ୍କଟ ଟଳିଯାଇଛି । ବାତ୍ୟା ଜୱାଦ୍ ଦୁର୍ବଳ ହୋଇ ସମୁଦ୍ରରେ ଗଭୀର ଅବପାତରେ ପରିଣତ ହୋଇଛି ।

 

Get real time updates directly on you device, subscribe now.