fbpx

ଓମିକ୍ରନ୍ ଆଣିବ ଭାରତରେ ତୃତୀୟ ଲହର! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ୍ ଓମିକ୍ରନ୍ ପ୍ରଭାବ ଦେଖାଇବା ଆରମ୍ଭ କରିଛି । ୨୪ ନଭେମ୍ବରରେ ଓମିକ୍ରନ୍ ର ପ୍ରଥମ ମାମଲା ଚିହ୍ନଟ ହେବା ପରଠାରୁ, ଏହି ନୂତନ ପ୍ରଜାତି ୩୮ଟି ଦେଶକୁ ବ୍ୟାପିଗଲାଣି । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ଓମିକ୍ରନର ମୋଟ ୪୦୦ ମାମଲା ସାମନାକୁ ଆସିଛି । ଏହାର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏଠାରେ ସର୍ବାଧିକ ୧୩୮ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇସାରିଛନ୍ତି ଓ ଏହି ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ଅଧିକ ରହିଛି । ଖୁବ୍ କମ୍ ଦିନରେ ଏହି ଭାରିଆଣ୍ଟ ଏକାଧିକ ଦେଶକୁ ବ୍ୟାପିଯାଇଛି । ତେବେ ବ୍ରିଟେନ୍ ରେ ଏହାର ୩୨ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ନେଦରଲ୍ୟାଣ୍ଡରେ ୧୯ଟି କେସ୍ ରିପୋର୍ଟ କରାଯାଇଛି ।

ତେବେ ଭାରତରେ ମଧ୍ୟ ଏହାର ୪ଟି ମାମଲା ସାମନାକୁ ଆସିଛି । ଗତକାଲି ଦୁଇ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜେଣେ ଗୁଜୁରାଟରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଜିମ୍ବୋୱେ ଫେରନ୍ତା ରହିଛନ୍ତି ଓ ଅନ୍ୟଜଣେ କେପଟାଉନ୍ ରୁ ମୁମ୍ବାଇକୁ ଫେରିଥିଲେ । ଓମିକ୍ରନ୍ ଯେଉଁ ମାତ୍ରାରେ ଦେଶରେ ବ୍ୟାପୁଛି, ଏହାକୁ ଦେଖି ଅନେକଙ୍କ କହିବା କଥା ଯେ, ଏହି ନୁତନ ଭାରିଆଣ୍ଟ୍ ଦେଶରେ ତୃତୀୟ ଲହର ନେଇ ଆସିବ । ବିଶେଷଜ୍ଞ ମାନେ ମଧ୍ୟ ସମାନ ଆଶଙ୍କା କରିଛନ୍ତି । ତେବେ ବର୍ତ୍ତମାନ ଓମିକ୍ରନ୍ କୁ ନେଇ ଅଧ୍ୟୟନ ଜାରି ରହିଛି । ତେଣୁ ଏହା ଯେପରି ଅଧିକ ନ ବ୍ୟାପିବ ତାକୁ ନେଇ ପ୍ରସ୍ତୁତି ଚଳାଇନ୍ତି ସରକାର

Get real time updates directly on you device, subscribe now.