fbpx
BJD
BJD SKY
BJD SKY

ଛୋଟ ଶରୀରରେ ନଭଶ୍ଚୁମ୍ବୀ ସଫଳତା, ପଢନ୍ତୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଡାକ୍ତରଙ୍କ ସଂଘର୍ଷ କାହାଣୀ

BJD

ନୂଆଦିଲ୍ଲୀ: ଡାକ୍ତରୀ ପାଠ ପଢି ଡାକ୍ତର ହେବା ଏତେ ସହଜ ନୁହେଁ । ଏଥିପାଇଁ ବହୁ ପରିଶ୍ରମ ଓ ଅଧ୍ୟବସାୟର ଆବଶ୍ୟକ ରହିଛି । ଏହିପରି ନିଷ୍ଠା ଓ ଅଧ୍ୟବସାୟ ବଳରେ ମାତ୍ର ୩ ଫୁଟ ଉଚ୍ଚତାର ଯୁବକ ଗଣେଶ ବରୈୟା ଆଜି ଏହି ସଫଳତାକୁ ନିଜ ହାତମୁଠାକୁ ଆଣି ପାରିଛନ୍ତି ।

ଗଣେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ ଆଉ ଓଜନ ୧୮ କିଲୋ । ଏହି ଶାରୀରିକ ଦୁର୍ବଳତା ଗଣେଶଙ୍କ ମନୋବଳକୁ କିନ୍ତୁ ଦୂର୍ବଳ କରିପାରି ନାହିଁ । ଭାରତରେ ଜଣେ ଛାତ୍ର ପାଇଁ ଏପରି ଶାରୀରିକ ଗଠନ ତା ଆଗରେ ପ୍ରତିବନ୍ଧର ପାହାଡ ଛିଡା କରୁଥିବା ବେଳେ ଗଣେଶ କିନ୍ତୁ ସେ ପାହାଡକୁ ଟପି ପାରିଛନ୍ତି ଓ ସେହିଠାରେ ପହଞ୍ଚିଛନ୍ତି ଯେଉଁଠି ପହଞ୍ଚିବା ଭାରତର ଅଧିକାଂଶ ଛାତ୍ରଙ୍କ ସ୍ୱପ୍ନ ହୋଇଥାଏ ।

ପ୍ରଥମେ ଗଣେଶ କଠିନ ପରିଶ୍ରମ କରି ଓ ଜୀବନର ସମସ୍ତ ଆହ୍ୱାନକୁ ଅତିକ୍ରମି ମେଡିକାଲ ପ୍ରବେଶ ପରୀକ୍ଷାରେ ପାସ୍ କରିଥିଲେ । କିନ୍ତୁ ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ପରେ ଯେତେବେଳେ ଗଣେଶ ୨୦୧୮ରେ ଆଡମିଶନ ନେବାକୁ ଯାଇଥିଲେ ସେତେବେଳେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ)କୁ ବିଶ୍ୱାସ ହୋଇ ନ ଥିଲା କି ସେ ଡାକ୍ତର ହେବାକୁ ସକ୍ଷମ ବୋଲି । ତେଣୁ ଏମସିଆଇ ତାଙ୍କୁ ଆଡମିଶନ ଦେବାକୁ ମନା କରିଦେଇଥିଲା । ଏହାପରେ ଗଣେଶଙ୍କୁ ମନେ ହୋଇଥିଲା ଯେପରି ତାଙ୍କର ସବୁ ସ୍ୱପ୍ନ ତୁଟି ଯାଉଛି । କିନ୍ତୁ ସେ ଏହାପରେ ହାର ମାନି ନ ଥିଲେ । ଏମସିଆଇ ତାଙ୍କୁ କହିଥିଲା ତୁମର ଉଚ୍ଚତା ବହୁତ କମ୍ ଥିବାରୁ ତୁମେ ଇମର୍ଜେନ୍ସୀ କେସ୍ ସମ୍ଭାଳି ପାରିବ ନାହିଁ । ଏହାପରେ ଗଣେଶଙ୍କ ସ୍କୁଲର ପରିଚାଳକ ତାଙ୍କୁ ଏମସିଆଇ ନିଷ୍ପତ୍ତିକୁ ହାଇକୋର୍ଟରେ ଆହ୍ୱାନ କରିବାକୁ କହିଥିଲେ । ଗଣେଶ ବହୁ ଆଶା ନେଇ ହାଇକୋର୍ଟ ତ ଯାଇଥିଲେ କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ସେ କେସ୍ ହାରି ଯାଇଥିଲେ ।

ଏହାପରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଓ ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ କଲେଜରେ ଆଡମିଶନ ହେବା ନେଇ ସବୁଜ ପତାକା ଦେଖାଇଥିଲେ । ଏହାପରେ ସେ ଭାବନଗର ସ୍ଥିତ ମେଡିକାଲ କଲେଜରେ ଆଡମିଶନ ନେଇଥିଲେ । ୨୦୧୯ରେ ଆଡମିଶନ ନେବା ପରେ ଏମବିବିଏସ୍ ପଢା ଆରମ୍ଭ କରିଥିଲେ । ଏହି ସମୟରେ ୩ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ଉଚ୍ଚତା ମାତ୍ର ୧୬ କିଲେ ।ଥଇଲା । ୫ ବର୍ଷ ପଢା ଶେଷ କରିବା ପରେ ଆଜି ଗଣେଶଙ୍କୁ ଡାକ୍ତର ଉପାଧି ମିଳି ଯାଇଛି । ୨୩ ବର୍ଷୀୟ ଗଣେଶ ଭାବନଗର ସରକାରୀ ମେଡିକାଲ କଲେଜରେ ଇଣ୍ଟର୍ଣ୍ଣସିପ୍ ଆରମ୍ଭ କରିଛନ୍ତି । ମାର୍ଚ୍ଚ ୨୦୨୫ରେ ଡାକ୍ତର ଗଣେଶଙ୍କ ଇଣ୍ଟର୍ଣ୍ଣସିପ୍ ଶେଷ ହେବ । ଏହାପରେ ସେ NEET PG  ୨୦୨୫ ପରୀକ୍ଷା ଦେବେ ଓ ଏହାପରେ ସେ ମେଡିସିନ୍‌, ପେଡିଆଟ୍ରିକ୍ କିମ୍ବା ସାଇକିଆଟ୍ରିକ୍ କ୍ଷେତ୍ରରେ ଅଧ୍ୟାପନା କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.