fbpx
BSKY SKY
BSKY SKY

ଆସନ୍ତା ରଥଯାତ୍ରା ପାଇଁ ଜାରି ହେଲା ହେଲପ୍ ଲାଇନ ନମ୍ବର, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ପହିଲାରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରାର ସୁରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ । ଏନେଇ ଆଜି ପୁରୀଠାରେ ହୋଟେଲ ମାଲିକଙ୍କ ସହ ଜିଲ୍ଲା ପୋଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି ।

ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରୀଙ୍କ ସମସ୍ତ ପ୍ରକାରର ସୁବିଧା ଓ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ହୋଟେଲମାନଙ୍କରେ ସିସିଟିଭି କ୍ୟାମେରା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ସପ୍ତାହର ସିସିଟିଭି ରେକର୍ଡିଂ ମହଜୁଦ୍ ରଖିବାକୁ ବୈଠକରେ କୁହାଯାଇଛି ।

ଏହାବ୍ୟତୀତ ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବାକୁ କୁହାଯାଇଛି । ପ୍ରତ୍ୟେକ ଥାନା ଅଧିକାରୀ, ହୋଟେଲ ମାଲିକଙ୍କୁ ନେଇ ଏକ ହ୍ୱାଟସଆପ୍ ଗ୍ରୁପ୍ ଗଠନ ହେବ । ପର୍ଯ୍ୟଟକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୬୩୭୦୯୬୭୧୦୦ ଜାରି କରାଯାଇଛି । ଏହି ନମ୍ବରଟି ପ୍ରତ୍ୟେକ ହୋଟେଲ ଓ ଲଜର ରିସେପସନରେ ପ୍ରଦର୍ଶିତ କରାଯିବ । ପର୍ଯ୍ୟଟକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ନୋଡାଲ ଅଧିକାରୀ କାର୍ଯ୍ୟ କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.