fbpx

କରୋନା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ,୩ ।୩: ଚୀଉର ଉହାନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଧିରେ ଧିରେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ କହିବା ମୁତାବକ, ୫,୬୦୧ ଫ୍ଲାଇଟର ୫.୫୭ ଲକ୍ଷ ଯାତ୍ରୀଙ୍କ ଯାଞ୍ଚ ସରିଯାଇଛି । କରୋନା ସଂକ୍ରମିତ ଦେଶକୁ ଯାତ୍ରା ନକରିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଖାସ୍ କରି ଚୀନ୍, ଇରାନ୍, କୋରିଆ, ଇଟାଲୀ ଓ ଜାପାନ ନଯିବାକୁ ପରାମର୍ଶ ଦିଆଯାଇଛି । ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ବାଧ୍ୟତାମୂଳକ ରହିଛି ।

ଏହା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ୦୧୧-୨୩୯୭୮୦୪୬ ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ [email protected] ଇମେଲ ମଧ୍ୟ ଜାରି କରାଯାଇଛି ।

Get real time updates directly on you device, subscribe now.