fbpx
BSKY SKY
BSKY SKY

ଲିଙ୍ଗ ଅନୁପାତ କ୍ଷେତ୍ରରେ ଆସୁନି ସୁଧାର, ପକେଟ୍ ସାଇଜ୍ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନରେ ହେଉଛି ଲିଙ୍ଗ ନିରୂପଣ

BSKY

ଚଣ୍ଡୀଗଡ:ହରିୟାଣାରେ ଲିଙ୍ଗ ଅନୁପାତ କ୍ଷେତ୍ରରେ ସୁଧାର ଆଣିବାରେ କୌଣସି ପ୍ରକାର ପ୍ରୟାସ ସଫଳ ହୋଇପାରୁ ନାହିଁ । ୨୦୨୩ର ପ୍ରଥମ ଷଡମାସରେ ରାଜ୍ୟରେ ଲିଙ୍ଗ ଅନୁପାତ ବିଗିଡି ଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ୨୦୨୨ ତୁଳନାରେ ରାଜ୍ୟରେ ଲିଙ୍ଗ ଅନୁପାତ ୧୧ ଅଙ୍କ ଖସି ଆସିବା ସହିତ ୯୧୭ରୁ ୯୦୬ରେ ପହଞ୍ଚିଯାଇଛି । କୁହାଯାଉଛି ରାଜ୍ୟରେ ଅବୈଧ ଅଲଟ୍ରାସାଉଣ୍ଡ ରାକେଟ୍ କାମ କରୁଛି ଯାହା ସରକାରୀ ପ୍ରୟାସ ସଫଳ ହେବା କ୍ଷେତ୍ରରେ ବଡ ବାଧକ ହୋଇଛି । ରାଜ୍ୟରେବହୁ ମାତ୍ରାରେ ପକେଟ୍ ସାଇଜ୍ ଅଲଟ୍ରାସାଉଣ୍ଡ ମେସିନର ଉପଯୋଗ କରାଯାଉଛି ।

ଗତ ୬ ମାସ ଭିତରେ ହରିୟାଣାର ଯେଉଁ ୮ ଜିଲ୍ଲାରେ ଲିଙ୍ଗ ଅନୁପାତ ହ୍ରାସ ପାଇଛି ସେଥିମଧ୍ୟରୁ ୭ ଜିଲ୍ଲା ଦିଲ୍ଲୀ ଏନସିଆରର ଅଂଶ ଅଟନ୍ତି । ଏଠାରେ ଲିଙ୍ଗ ଅନୁପାତ ୯୦୦ରୁ ବି ତଳକୁ ଖସିଯାଇଛି । ହରିୟାଣାର ୧୨ ଜିଲ୍ଲାରେ ଲିଙ୍ଗ ଅନୁପାତର ନେଗେଟିଭ୍ ଡାଟା ଦେଖିବାକୁ ମିଳିଛି । ଏପରି କ୍ଷେତ୍ରରେ ପ୍ରଶ୍ନ ଉଠୁଛି ଲିଙ୍ଗ ଅନୁପାତରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଏତେ ପ୍ରୟାସ କରୁଥିଲେ ବି କାହିଁକି ଏହା ସଫଳ ହେଉନାହିଁ । ଅନୁସନ୍ଧାନ ପରେ ଜଣାପଡିଛି ରାଜ୍ୟରେନର୍ସ ଓ ଅନ୍ତଃରାଜ୍ୟ ଆମ୍ବୁଲାନ୍ସ ଅପରେଟର୍ସ ମିଳିତ ଭାବରେ ଏକ ଅଲଟ୍ରାସାଉଣ୍ଡ ରାକେଟ୍ ପରିଚାଳନା କରୁଛନ୍ତି । ରାଜ୍ୟର ଖାଦ୍ୟ ଏବଂ ଔଷଧ ପ୍ରଶାସନ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ରାଜ୍ୟରେ ଅବୈଧ ଲିଙ୍ଗ ନିରୂପଣ ପରୀକ୍ଷା କରିବା ଲାଗି ପକେଟ୍ ସାଇଜ୍ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନର ଉପଯୋଗ କରାଯାଉଛି ।

ସେ କହିଛନ୍ତି ହରିୟାଣାରେ ଲିଙ୍ଗ ଅନୁପାତରେ ସୁଧାର ଆଣିବା ଲାଗି ପିସିପିଏନଡିଟି ଓ ଏମଟିପି ପରି କଠୋର ଆଇନ ଲାଗୁ କରାଯାଇଥିଲେ ମଧ୍ୟ ଅନ୍ତଃରାଜ୍ୟ ରାକେଟ୍ ଲିଙ୍ଗ ନିର୍ଦ୍ଧାରଣ କରିବା ଲାଗି ଆଧୁନିକ ପକେଟ୍ ସାଇଜ୍ ଅଲଟ୍ରାସାଉଣ୍ଡ ମେସିନ ଉପଯୋଗ କରୁଛି । ପକେଟ୍ ସାଇଜ୍ ଅଲଟ୍ରାସାଉଣ୍ଡ ମେସିନ ଏବେ ୱାଇ ଫାଇ କିମ୍ବା ୱାୟାରଲେସ୍ ଟେକନିକ୍ ରେ ଆସୁଅଛି । ଏହା ଏକ ମୋବାଇଲ୍ ଫୋନ୍ ପରି ଛୋଟ ଓ ମୋବାଇଲ୍ ଆପ୍ ଜରିଆରେ ସଞ୍ଚାଳିତ ହୋଇଥାଏ ଓ ସ୍କ୍ରିନ୍ ରେ ଇମେଜ୍ ଦେଖାଇଥାଏ ।

Get real time updates directly on you device, subscribe now.