fbpx

ସମ୍ପର୍କରେ ଲୋକେ କାହିଁକି ନିଜ ପାର୍ଟନରକୁ ଧୋକା ଦିଅନ୍ତି : ଜାଣନ୍ତୁ କ’ଣ ରହିଛି ଏହାର କାରଣ

ନୂଆଦିଲ୍ଲୀ : ଯେକୌଣସି ସମ୍ପର୍କରେ ପ୍ରେମ ଏବଂ ସମ୍ମାନ ସହିତ ବିଶ୍ୱାସ ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି କୌଣସି ସମ୍ପର୍କରେ ବିଶ୍ୱାସ ନଥାଏ, ତେବେ ତାହା ଅଧିକ ଦିନ ଚାଲେ ନାହିଁ । ଯେତେବେଳେ ସମ୍ପର୍କରୁ ଯଦି ବିଶ୍ୱାସ ଚାଲି ଯାଏ, ସେତେବେଳେ ସମ୍ପର୍କ ଭାଗିବାରୁ କେହି ମଧ୍ୟ ବଞ୍ଚି ପାରିବେ ନାହିଁ । ଆଜି କାଲିର ସୋଶିଆଲ ମିଡିଆ ଲାଇଫରେ କାହାରିକୁ ବି ଧୋକା ଦେବା ଅତି ସହଜ । ଧୋକା ଦେବା କାରଣରୁ ଅନେକ ବର୍ଷର ସମ୍ପର୍କ ନଷ୍ଟ ହୋଇଯାଏ । ଧୋକା କାରଣରୁ କିଛି ଲୋକ ମାନସିକ ରୂପରେ ଅସୁସ୍ଥ ହୋଇଯାଆନ୍ତି । ସେତେବେଳେ ମନରେ କେବଳ ଗୋଟିଏ ପ୍ରଶ୍ନ ଆସେ ଯେ, କାହିଁକି ଧୋକା ମିଳିଲା ?

ସମ୍ପର୍କରେ ଏହି କାରଣରୁ ମିଳେ ଧୋକା :

ସମ୍ପର୍କରେ ବିରକ୍ତ ମନଭାବ : ଅଧିକାଂଶ ଅମେ ଦେଖିଥାଉ ଯେ, ସମ୍ପର୍କ ଆରମ୍ଭରୁ ଭଲରେ ଚାଲିଥାଏ । କିନ୍ତୁ ପରେ ଏଥିରେ ଧିରେ ଧିରେ ମତଭେଦ ଦେଖାଯାଇଥାଏ । ଯେକୌଣସି ସମ୍ପର୍କରେ କିଛି ନୂତନତା ଆବଶ୍ୟକ ହୋଇଥାଏ । ସବୁ ବ୍ୟକ୍ତି କେବଳ ଗୋଟିଏ ରୁଟିନରେ ବିରକ୍ତ ହୋଇଯାଆନ୍ତି, ଠିକ ସେହି ଭଳି ମଣିଷ ଗୋଟିଏ ସମ୍ପର୍କରେ ବିରକ୍ତ ହୋଇଯାଏ । ଏଥିଯୋଗୁଁ ମଣିଷ ବାହାରେ ସେହି ନୂତନତାକୁ ଖୋଜିବାରେ ଲାଗିଯାଇଥାଏ ।

ରାଗରେ ପ୍ରତିଶୋଧ ନେବା : ଏଭଳି ଅନେକ ଥର ହୋଇଥାଏ, ଯେଉଁଥିରେ ମଣିଷ ନିଜ ପାର୍ଟନର ଠାରୁ ପ୍ରତିଶୋଧ ନେବା ପାଇଁ ସେମାନଙ୍କୁ ଚିଟ କରନ୍ତି । ଏପରି ସେହି ସମ୍ପର୍କରେ ହୋଇଥାଏ, ଯେତେବେଳେ ଆପଣ ନିଜ ପାର୍ଟନର ସହିତ ବିଶ୍ୱସ୍ତ ଥାଆନ୍ତି କିନ୍ତୁ ସେ ଆପଣଙ୍କୁ ଧୋକା ଦେଇଥାନ୍ତି । ଧୋକାର ସାମ୍ନା କରିଥିବା ପ୍ରାୟ ଲୋକ ରାଗି ନିଜ ପାର୍ଟନରକୁ ଧୋକା ଦେଇଥାନ୍ତି ।

ପାର୍ଟନରକୁ ଅଣଦେଖା କରିବା : ଏପରି ଅନେକ ଥର ହୋଇଥାଏ, ଯଦି ଆପଣ ନିଜ ପାର୍ଟନରକୁ ଅଣଦେଖା କରୁଛନ୍ତି, ତେବେ ଏହି କାରଣରୁ ସେ ଅଲଗା ପାର୍ଟନରକୁ ଖୋଜିଥାନ୍ତି । ସେହି ଧ୍ୟାନ ପାଇବା ପାଇଁ ସେମାନେ ଅନ୍ୟପଟେ ଆକର୍ଷିତ ହୋଇଥାନ୍ତି ।

Get real time updates directly on you device, subscribe now.