fbpx
BSKY SKY
BSKY SKY

(Video) ବାବାଙ୍କ ମୁଣ୍ଡ ଉପରେ ଉଠିଛି ଗଛ, ସେଥିରେ ପାଣି ବି ଦେଉଛନ୍ତି: ଦେଖନ୍ତୁ ଏମିତି ଅଜବ କାରନାମା

BSKY

ନୂଆଦିଲ୍ଲୀ: ଆପଣମାନେ ପ୍ରାୟତଃ ମାଟିରେ ବା କୌଣସି ପାତ୍ରରେ ଗଛ ଓ ଚାରା ଉଠୁଥିବାର ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଆପଣଙ୍କୁ ଏକଦମ୍ ଆଶ୍ଚର୍ଯ୍ୟ କରିଦେବ । ଜଣେ ବ୍ୟକ୍ତି ନିଜ ମୁଣ୍ଡରେ ଗଛ ଉଠାଉଥିବା ଦେଖିବାକୁ ମିଳିଛି । ଏଭଳି ଅଜବ ଘଟଣା ଦେଖି ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ସାଧୁବାବା ନିଜ ମୁଣ୍ଡରେ ହିଁ ଗଛ ଉଠାଇ ଦେଇଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହା କିପରି ସମ୍ଭବ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି ।

ଏହି ସାଧୁବାବା ନିଜ ମୁଣ୍ଡକୁ ହିଁ ପାତ୍ର କରି ସେଥିରେ ଗଛ ଲଗାଇ ଦେଇଛନ୍ତି । ତାଙ୍କ ମୁଣ୍ଡରେ ସବୁଜ ଗାସ ଉଠିଥିବାର ଦେଖାଯାଇଛି । ତେବେ ଏହା ଦେଖି ଜଣେ ବ୍ୟକ୍ତି ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ସାଧୁବାବାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଯେ, ବାବା… ଆପଣ ମୁଣ୍ଡରେ ବୀଜ ଲଗାଉଛନ୍ତି ନା ଚାରା? ଏହାର ଉତ୍ତରରେ ସାଧୁ କହିଛନ୍ତି ଯେ, ମୁଁ ମୋ ମୁଣ୍ଡରେ ମଞ୍ଜି ପକାଇବା ସହିତ ଏଥିରେ ପାଣି ମଧ୍ୟ ଦେଉଥାଏ । ଏଥିରୁ ଚାରା ସୃଷ୍ଟି ହୋଇଥାଏ । ତେବେ ଏହିପରି ଗତ ୪ ବର୍ଷରୁ ସେ ନିଜ ମୁଣ୍ଡରେ ଚାରା ଲଗାଉଥିବା ନେଇ କହିଛନ୍ତି । ତେବେ ବିନା ମାଟିରେ ଚାରା କିପରି ଜୀବନ୍ତ ରହିଛି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଛି । ସେ କହିଛନ୍ତି ଯେ ମୋ ମୁଣ୍ଡରେ ତିବା ଏହି ଚାରା ପାଇଁ ମୋ କେଶ ମାଟିର କାମ କରୁଛି । ସେହିପରି ମୋ ମୁଣ୍ଡର ଚର୍ମ ଆର୍ଦ୍ରତା କାମ କରିଥାଏ, ଯାହା ଫଳରେ ଚର୍ମ ମଧ୍ୟ ବେଳେବେଳେ ଫାଟି ଯାଇଥାଏ ।

 

View this post on Instagram

 

A post shared by Chacha Bishnaa (@chacha_bishnaa_)

ଏହାପରେ ସେ କହିଛନ୍ତି ଯେ, ମୁଣ୍ଡରେ ତିବା ଏହିସବୁ ଚାରାର ମୂଳ ମୁଣ୍ଡ ଭିତର ପର୍ଯ୍ୟନ୍ତ ଚାଲି ଯାଇଛି । ତେଣୁ ଚାରାକୁ ବାହାର କରିବା ପାଇଁ ଚେଷ୍ଟା କଲେ ସେଥିରୁ ରକ୍ତ ମଧ୍ୟ ବାହାରୁଥିବା କହିଛନ୍ତି ଏହି ସାଧୁବାବା । ଏପରି ଅବସ୍ଥାରେ ସେ କିପରି ଶୋଇଥାନ୍ତି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଯେ ମୁଁ କେବଳ ବସି ବସି ହିଁ ମୋ ନିଦ ପୂରା କରିଥାଏ । ତେବେ ସାଧୁବାବାଙ୍କର ଏହି ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେବାରେ ଲାଗିଛି । ହଜାର ହଜାର ଲୋକ ଏହାକୁ ଦେଖି ପସନ୍ଦ କରୁଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.