fbpx

କିଏ ହୋଟେଲ୍ ବାହାରେ ଶୋଇ ରାତି କାଟିଛି ତ କିଏ ୱାଚମେନ୍ ଭାବରେ କାମ କରିଛନ୍ତି, ଜିରୋରୁ ହିରୋ ହୋଇଛନ୍ତି ବଲିଉଡର ଏହି ଆଗଧାଡ଼ିର ଷ୍ଟାର୍

ମୁମ୍ବାଇ: ବଲିଉଡ୍ ରେ ସଫଳ କ୍ୟାରିୟର୍ ଗଢ଼ିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୂହେଁ । ବିଗତ ଦିନରେ ହଜାର ହଜାର ବଲିଉଡ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଛନ୍ତି । ହେଲେ କାହା ସ୍ୱପ୍ନ ପୂରଣ ହୋଇଛି ତ କିଏ ଖାଲି ହାତରେ ଫେରିଛି । ଏବେ ବଲିଉଡ୍ ରେ ଷ୍ଟାର୍ କିଡ୍ ମାନଙ୍କ ରାଜ୍ ଚାଲିଛି । ତେବେ କେବଳ ଏବେ ନୁହେଁ ଆଗରୁ ମଧ୍ୟ ଷ୍ଟାର୍ କିଡ୍ ମାନେ ଲଞ୍ଚ ହୋଇ ଆସିଛନ୍ତି । ଏମାନଙ୍କ ବ୍ୟତୀତ ଅନେକ ଆଉଟସାଇଡର୍ସ ରହିଛନ୍ତି ଯେଉଁ ମାନେ ସେମାନଙ୍କ ଟ୍ୟାଲେଣ୍ଟ ବଳରେ ବଲିଉଡ୍ ଜଗତରେ ତିଷ୍ଠି ହୋଇପାରିଛନ୍ତି । ତେବେ ଆଜି ଆମେ ଏମିତି କିଛି ଷ୍ଟାର୍ ଙ୍କ କଥା କହିବୁ ଯେଉଁ ମାନଙ୍କ ପକେଟ୍ ରେ ବଲିଉଡ୍ କୁ ଏଣ୍ଟ୍ରି କରିବା ପୂର୍ବରୁ ଖୁବ୍ କମ୍ ଟଙ୍କା ରହିଥିଲା । ଆଉ ଏଥିପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ଏବେ ସେମାନେ ବଲିଉଡ୍ ରେ ରାଜ୍ କରୁଛନ୍ତି ।

ଶାହରୁଖ ଖାନ୍

ଏହି ତାଲିକାରେ ରହିଛନ୍ତି ଶାହରୁଖ ଖାନ୍ । ସେ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଅନେକଙ୍କର ପ୍ରେରଣା ମଧ୍ୟ । କୋଟି କୋଟି ଲୋକ ତାଙ୍କର ଅଭିନୟର ଫ୍ୟାନ୍ । ତାଙ୍କର କୌଣସି ପ୍ରକାରର ଫିଲ୍ମି ବ୍ୟାକଗ୍ରାଉଣ୍ଡ ନଥିଲା କି ତାଙ୍କ ବାପାମାଆ ଏତେ ବି ଧନୀ ନଥିଲେ । ଯେବେ ସେ ଥିଏଟର୍ ରେ କାମ କରୁଥିଲେ ସେ ସମୟରେ ତାଙ୍କ ପାଖରେ ଟଙ୍କା ବି ରହୁନଥିଲା । କିନ୍ତୁ ଏବେ ସେ ଦୁନିଆର ସବୁଠାରୁ ବଡ଼ ବଡ଼ ତାରକା ମାନଙ୍କ ମଧ୍ୟରେ ଗଣାଯାଆନ୍ତି । ସେ ନିଜର ସଂଘର୍ଷ ଦିନରେ ରାସ୍ତାକଡ଼ରେ ବି ଶୋଇଛନ୍ତି । ଓବରୟ ହୋଟେଲ ସାମନା ରାସ୍ତାରେ ସେ ଶୋଉଥିଲେ । ହେଲେ ଏବେ ସେ ସେହି ଅନେକ ହୋଟେଲ କିଣିବାର କ୍ଷମତା ରଖିଛନ୍ତି ।

ଅକ୍ଷୟ କୁମାର

ରାଜୀବ ଭାଟିଆ ଓରଫ୍ ଅକ୍ଷୟ କୁମାର ବଲିଉଡ୍ ରେ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା । ସେ ଯେବେ ଇଣ୍ଡଷ୍ଟ୍ରୀକୁ ଆସିଥିଲେ ସେ ସମୟରେ ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା । ବଲିଉଡକୁ ଆସିବା ପୂର୍ବରୁ ସେ ଜଣେ ରୋଷେୟା ଥିଲେ । ହେଲେ ଏବେ ବଲିଉଡ୍ ରେ ରାଜ୍ କରୁଛନ୍ତି ।

ମନୋଜ୍ ବାଜପେୟୀ

ବଲିଉଡ୍ ର ଫ୍ୟାମିଲି ମ୍ୟାନ୍ ମନୋଜ ବାଜପେୟୀ ନିଜ ଅଭିନୟ ପ୍ରତିଭାରେ କୋଟି କୋଟି ଫ୍ୟାନ୍ସଭ୍କ ମନ କିଣିଛନ୍ତି । ଯେଉଁ ଭଳି ଭୂମିକା ହେଉ ନା କାହିଁକି ସେ ସବୁଥିରେ ନିଜକୁ ଫିଟ୍ କରିବାରେ ସକ୍ଷମ । ତେବେ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଖୁବ୍ ଗରିବ ଥିଲେ । ଦିନେ ସେ ଖୁଚୁରା ଟଙ୍କାରେ ଜୀବନ ବିତାଉଥିଲେ । ହେଲେ ଏବେ କୋଟିକୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ନୱାଜୁଦ୍ଦିନ୍ ସିଦ୍ଦିକି

ନୱାଜୁଦ୍ଦିନ୍ ସିଦ୍ଦିକି ଭିନ୍ନ ଭିନ୍ନ ସ୍ୱାଦର କଳାକାର । ସବୁଥିରେ ତାଙ୍କ ଚମତ୍କାର ଅଭିନୟ ଲୋକଙ୍କ ମନ କିଣିଥାଏ । ବିଶେଷ କରି ଗ୍ୟାଙ୍ଗଷ୍ଟାର୍ କିସମର ଫିଲ୍ମରେ ତାଙ୍କର ରାଜ୍ ଚାଲିଥାଏ । ତେବେ ବଲିଉଡ୍ କୁ ଏଣ୍ଟ୍ରି କରିବା ପୂର୍ବରୁ ସେ ଜଣେ ୱାଚ୍ ମେନ୍ ଥିଲେ । ତେଣୁ ଫିଲ୍ମରେ ନିଜ ନାଗ କମାଇବାକୁ ଅନେକ ଦିନ ଲାଗିଥିଲା । ଆଉ ଆଜି ତାଙ୍କର ସଫଳତା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ।

Get real time updates directly on you device, subscribe now.