fbpx

ଟୋକିଓ-୨୦୨୦: ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ରାକେଶ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଚମକ୍ରାର ପ୍ରଦର୍ଶନ ଜାରି ରହିଛି । ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭବିନା ପଟେଲ ପଦକ ସୁନିଶ୍ଚିତ କରି ସାରିଥିବା ବେଳେ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ରାକେଶ କୁମାର । ଅନ୍ୟତମ ଭାରତୀୟ ଖେଳାଳି ଶ୍ୟାମ ସୁନ୍ଦର ସ୍ୱାମୀ ବିଦାୟ ନେଇଥିବା ବେଳେ ରାକେଶ କୁମାର ଭାରତର ପଦକ ଆଶା ଉଜ୍ଜୀବିତ ରଖିଛନ୍ତି ।

୩୬ ବର୍ଷୀୟ ରାକେଶ ହଂକଂର କା ଚୁଏନ ନଗାଇଙ୍କୁ ୧୩ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଥିଲେ । ୭୨୦ ପଏଣ୍ଟ ବିଶିଷ୍ଟ ମୁକାବିଲାରେ ରାକେଶ ୬୯୯ ପଏଣ୍ଟ ସ୍କୋର କରିଥିଲେ । ଏହି ବିଜୟରେ ରାକେଶ ୯ଟି ପରଫେକ୍ଟ ୧୦ ସ୍କୋର କରିଥିଲେ । ୩୧ ତାରିଖରେ ରାକେଶ ନିଜର ପରବର୍ତ୍ତୀ ମୁକାବିଲା ଖେଳିବେ । ଅନ୍ୟତମ ଭାରତୀୟ ଖେଳାଳି ମାତ୍ର ୩ ପଏଣ୍ଟ ବ୍ୟବଧାନରେ ଆମେରିକାର ମ୍ୟାଟ ଷ୍ଟୁଟ୍ଜମ୍ୟାନଙ୍କ ନିକଟରୁ ପରାଜିତ ହୋଇଥିଲେ ।

Get real time updates directly on you device, subscribe now.