fbpx

ଗର୍ଭପାତ ପାଇଁ ଆସିଥିଲେ; ଗର୍ଭାଶୟ କାଢିନେଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବରେ ବିଚାର କରାଯାଇଥାଏ । ତେବେ ବିହାରରେ ଜଣେ ନକଲି ଡାକ୍ତରଙ୍କ କାରଣରୁ ସାରା ଜୀବନ ମାତୃତ୍ୱ ହାସଲରୁ ବଞ୍ଚିତ ରହିବାର କଷ୍ଟ ଭୋଗିବାକୁ ଯାଉଛନ୍ତି ଜଣେ ମହିଳା । ଏପରିକି ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ବିହାରର ଗୋପାଳଗଞ୍ଜରେ ଏହି ଘଟଣା ଘଟିଛି । ଥାବେ ଥାନା ଅନ୍ତର୍ଗତ ଗୋନିୟାର ଗ୍ରାମରେ ନକଲି ଡାକ୍ତରଙ୍କ ଏଭଳି ଅମାନବୀୟ କାଣ୍ଡ କାରଣରୁ ମହିଳା ଜଣଙ୍କ ଦିଲ୍ଲୀରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

ଏହି ଘଟଣା ପରେ ପୋଲିସ ପକ୍ଷରୁ ନକଲି ଡାକ୍ତରକୁ ଗିରଫ କରାଯାଇଛି । ଶୁକ୍ରବାର ସିଭିଲ ସର୍ଜନ ଡ. ଯୋଗେନ୍ଦ୍ର ମାହତୋଙ୍କ ନେତୃତ୍ୱରେ ଚଢଉ କରାଯାଇ ଅରବିନ୍ଦ ତିୱାରୀ ନାମକ ଏହି ଯୁବକକୁ ଗିରଫ କରାଯାଇଛି । ନକଲି ଡାକ୍ତରଙ୍କ କ୍ଲିନିକ ଉପରେ ଚଢଉ କରାଯିବା ସହିତ ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ମହିଳା ଜଣଙ୍କ ନିଜର ଗର୍ଭପାତ ପାଇଁ ଆସିଥିବା ବେଳେ ଅରବିନ୍ଦ ତାଙ୍କର ଗର୍ଭାଶୟକୁ କାଢି ଦେଇଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉକ୍ତ ହସ୍ପିଟାଲକୁ ସିଲ କରି ଦିଆଯାଇଛି ।

Get real time updates directly on you device, subscribe now.