fbpx

ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ

ନୂଆଦିଲ୍ଲୀ: ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଶେଷ ହୋଇଛି ଭାରତୀୟ ଚ୍ୟାଲେଞ୍ଜ । ପ୍ରଜ୍ନେଶ ଗୁଣେଶ୍ୱରନ ପରାଜିତ ହେବା ସହିତ ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ବିଶ୍ୱ ମାନ୍ୟତାର ୧୫୬ ସ୍ଥାନରେ ରହିଥିବା ଗୁଣେଶ୍ୱରନ ଆମେରିକାର କ୍ରିଷ୍ଟୋଫର ୟୁବ୍ୟାଙ୍କସଙ୍କ ନିକଟରୁ ପରାଜିତ ହୋଇଛନ୍ତି । ୨୧୬ ନମ୍ବର ସ୍ଥାନରେ ରହିଥିବା ୟୁବ୍ୟାଙ୍କସ ୩-୬ ଓ ୪-୬ ସେଟରେ ୩୧ ବର୍ଷୀୟ ଗୁଣେଶ୍ୱରନଙ୍କୁ ପରାସ୍ତ କରିଥିଲେ ।

ମାତ୍ର ୫୦ ମିନିଟ ସମୟ ନେଇ ୟୁବ୍ୟାଙ୍କସ ଗୁଣେଶ୍ୱରନଙ୍କୁ ପରାସ୍ତ କରିଥିଲେ । ଏହା ପୂର୍ବରୁ ସୁମିତ ନାଗଲ ଏବଂ ରାମକୁମାର ରାମନାଥନ ମଧ୍ୟ ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇ ସାରିଥିଲେ । ପୂର୍ବରୁ ୨୦୧୯ରେ ୟୁଏସ ଓପନ ଯୋଗ୍ୟତା ହାସଲ କରିଥିଲେ ହେଁ ପ୍ରଥ ରାଉଣ୍ଡରୁ ହାରି ବିଦାୟ ନେଇଥିଲେ ।

Get real time updates directly on you device, subscribe now.