fbpx

ସାଉଦୀ ଆରବ ଦେଇ ଉଗାଣ୍ଡାରୁ ଆସୁଥିଲା ହେରୋଇନ୍, ୧୨୬ ଟ୍ରଲୀ ବ୍ୟାଗ୍ ରେ ଥିଲା ଡ୍ରଗ୍ସ

ନୁଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାର ପୋର୍ଟରୁ ୬୨ କେଜି ହେରୋଇନ୍ ଜବତ କରିଛି ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ । ଯାହାର ବଜାର ମୂଲ୍ୟ ପ୍ରାୟ ୪୩୪ କୋଟି ହେବ ବୋଲି ଆକଳନ କରାଯାଇଛି । ଆଫ୍ରିକାର ଉଗାଣ୍ଡା ଦେଶରୁ ୩୩୦ ଟ୍ରଲି ବ୍ୟାଗ୍ ରେ ଲୁଚାଇ ଆଣିବା ସମୟରେ ଏୟାରପୋର୍ଟରେ ଧରା ପଡ଼ିଥିଲେ ।

“ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍’ ନାମକ ଏକ ଅପରେସନ କରି ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଆମଦାନୀ ହୋଇଥିବା କାର୍ଗୋ ସାମଗ୍ରୀରୁ ୫୫ କିଲୋଗ୍ରାମ ହେରୋଇନ୍ ଜବତ କରିଛି । ଉଗାଣ୍ଡାରୁ ସାଉଦୀ ଆରବ ଦେଇ କାର୍ଗୋ ବିମାନରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଆସୁଥିବାର ସୂଚନା ପୁର୍ବରୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟକୁ ମିଳି ସାରିଥିଲା । ଏହା ପରେ କାର୍ଗୋ ବିମାନରେ ଥିବା ଟ୍ରଲି ବ୍ୟାଗକୁ ଯାଞ୍ଚ କରାଯାଇଥିଲା । ୩୩୦ ଟ୍ରଲି ବ୍ୟାଗରୁ ୧୨୬ ବ୍ୟାଗ ରେ ହେରୋଇନ ଥିଲା । ଏହା ସହ ଟ୍ରଲି ବ୍ୟାଗ୍ ଗୁଡ଼ିକର ହେଣ୍ଡଲରେ ପ୍ରାୟ ୫୫ କେଜି ହେରୋଇନ ଲୁଚାଇଥିବା ଦେଖିବାକୁ ମିଳିଥିଲା ।

୨୦୨୧ ମସିହାରେ ଦେଶରେ ୩,୩୦୦ କିଲୋଗ୍ରାମରୁ ଅଧିକ ହିରୋଇନ୍ ଜବତ କରାଯାଇଥିଲା । ଚଳିତ ବର୍ଷ ଜାନୁୟାରୀ ୨୦୨୨ ପରଠାରୁ, ନୂଆଦିଲ୍ଲୀ ତୁଘଲଗବାଦ ଅଞ୍ଚଳରୁ ୩୪ କେଜି ଏବଂ କାଣ୍ଡଲା ବନ୍ଦରରୁ ୨୦୫ କିଲୋଗ୍ରାମ; ଏବଂ ପିପାଭାଭ ବନ୍ଦରରେ ୩୯୨ କେଜି ହେରୋଇନ୍ ଜବତ ହୋଇ ସାରିଲାଣି ।

 

Get real time updates directly on you device, subscribe now.