ପୁରୀ ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା, ଆତଙ୍କବାଦୀ ଭଳି କାର୍ଯ୍ୟ କରୁଥିଲେ ଯୁବକ!
ଚଷମାରେ କ୍ୟାମେରା ଲଗାଇ ଶ୍ରୀମନ୍ଦିରର ଫଟୋ ଭିଡ଼ିଓ ଉଠାଉଥିଲେ ଯୁବକ।
ପୁରୀ: ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା। ତାହା ପୁଣି ଚଷମାରେ। ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ। ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମଧ୍ୟ ସେହି କ୍ୟାମେରାରେ କଏଦ କରିଥିଲେ।
ତେବେ ପ୍ରଶ୍ନ ଉଠୁଛି ଏହି କ୍ୟାମେରାକୁ କିପରି ଯୁବକ ଜଣକ ଏତେ ଚତୁରତାର ସହ ଶ୍ରୀମନ୍ଦିର ଭିତରକୁ ନେଇ ଫଟୋ ଭିଡ଼ିଓ ଉତ୍ତୋଳନ କଲେ।
ତେବେ ସେ ଯାହା ହେଉନା କାହିଁକି ଯୁବକ ସନ୍ଦିଗ୍ଧ ଯୁବକ ଜଣକ ଏତେ ଚତୁରତାର ସହ କାମ କରିଥିଲେ କି ଯେପରି ମନେ ହେଉଥିଲା ସେ କେଉଁଠୁ ତାଲିମ ନେଇ ଏସବୁ କରିଛନ୍ତି।
ହେଲେ ସେ ମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ପଶିଗଲେ ସତ କିନ୍ତୁ ପୋଲିସ ଆଖିରୁ ଖସିଯାଇପାରିଲେ ନାହିଁ। ଶ୍ରୀମନ୍ଦିର ଭିତରକୁ hidden କ୍ୟାମେରା ନେଇ ଧରାପଡିଲେ ଯୁବକ।
ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କୟଦ କରିଥିଲା ଫୋଟୋ ଭିଡିଓ। ନିଜ ଚଷମା ରେ ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା। ଚଷମା ରେ ଲାଗିଥିବା ଲେନ୍ସ ରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା।
ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା। ପରେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନାର କଣ୍ଟ୍ରେଲରୁମରେ ଜିମା ଦେଇଛନ୍ତି। ଯୁବକ ଜଣକ ପୁରୀ ଗଜପତି ନଗର ଅଞ୍ଚଳ ର ଅଭୀଷିତ କର ଜଣାପଡିଛି।