fbpx

ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ

Advertisement

ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଛାଡପତ୍ର ପୂର୍ବରୁ ଦୁଇଟି ମାଟ୍ରିମୋନିଆଲ୍ ସାଇଟ୍ ରେ ନିଜର ପ୍ରୋଫାଇଲ୍ ଅପଲୋଡ୍ କରିଥିଲେ । ଯେତେବେଳେ କିି ପୂର୍ବରୁ ହିଁ ଅକୋଲାର ଏକ ଫ୍ୟାମିଲି କୋର୍ଟରେ ସେମାନଙ୍କ ଛାଡପତ୍ର କୁ ନେଇ ପ୍ରକ୍ରିୟା ଜାରି ରହିଥିଲା । ନିଜର ମାଟ୍ରିମୋନିଆଲ୍ ପ୍ରୋଫାଇଲ୍ ରେ ମହିଳା ଲେଖିଥିଲେ “ଛାଡ଼ପତ୍ର ପାଇଁ ଅପେକ୍ଷା” ।

ଜଷ୍ଟିସ୍ ଏଏସ୍ ଚନ୍ଦୁକର୍ ଏବଂ ଜୀଏ ସନପ୍ ଙ୍କର ଡିଭିଜନ୍ ବେଞ୍ଚ୍ ନିଜର ନିଷ୍ପତିରେ କହିଛନ୍ତି ଯେ, ମାଟ୍ରିମୋନିଆଲ୍ ୱେବସାଇଟ୍ ରେ ପ୍ରୋଫାଇଳ୍ ଅପଲୋଡ୍ କରିବା ଅର୍ଥ ହେଲା ମହିଳା ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଭାବିସାରିଛନ୍ତି । ପରିବାର ନିଷ୍ପତି ନେବା ପୂର୍ବରୁ ହିଁ ସେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି ଭାବିସାରିଛନ୍ତି ।

ଅଦାଲତ କହିଛନ୍ତି ଯେ, ପ୍ରତିପକ୍ଷ(ପତ୍ନୀ) ଦୁଇଟି ମାଟ୍ରିମୋନିଆଲ୍ ସାଇଟ୍ ରେ ପ୍ରୋଫ।।ଇଲ୍ ଅପଲୋଡ୍ କରି ପୂର୍ଣ୍ଣ ରୂପରେ ଛାଡ଼ପତ୍ର ନେବାପାଇଁ ସ୍ଥିର କରିସାରିଛନ୍ତି । ତେବେ ସେମାନେ ୨୦୧୪ ରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେମାନଙ୍କ ବିବାହରେ ଝଡ଼ ସୃଷ୍ଟି ହୋଇଥିଲା । ଲଗାତର ଭାବରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିବା ପରେ ସ୍ୱାମୀ ଅଲଗା ହେବା ପାଇଁ ସ୍ଥିର କରିଥିଲେ । ଏନେଇ ସେ ଫ୍ୟାମିଲି କୋର୍ଟରେ ଅପିଲ୍ କରିଥିଲେ ।

Get real time updates directly on you device, subscribe now.