fbpx
BJD
BJD SKY
BJD SKY

କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଶ୍ୱସ୍ତି, ପ୍ରତିନିଧିଙ୍କ ଉପସ୍ଥିତିରେ ମାମଲା ଆଗକୁ ନେବାକୁ କହିଲେ ହାଇକୋର୍ଟ

କେନ୍ଦୁଝର ଜିଲ୍ଲାପାଳଙ୍କ ଗିରଫ ପ୍ରସଙ୍ଗ । ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଆରେଷ୍ଟରୁ ମିଳିଲା ଆଶ୍ୱସ୍ତି । କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇପାରିବେ ବୋଲି କହିଛନ୍ତି ହାଇକୋର୍ଟ । ଏହା ସହ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଜାତୀୟ ଜନଜାତି ମିଶନ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । କମିଶନଙ୍କ ନିକଟରେ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେଉଥିଲେବି ଜିଲ୍ଲାପାଳ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ଏବଂ ଜିଲ୍ଲାପାଳଙ୍କୁ ହାଜର କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଆଉ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଜିଲ୍ଲାପାଳ ।

Get real time updates directly on you device, subscribe now.