fbpx
BJD
BJD SKY
BJD SKY

Amwayର ୭୫୭ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି, ନୂତନ ସଦସ୍ୟ ଯୋଡିଲେ ଧନୀ ହେବାର ଲୋଭ ଦେଖାଉଥିଲା

ନୂଆଦିଲ୍ଲୀ: ମାର୍କେଟିଂ କମ୍ପାନୀ ଆମୱେକୁ ଜୋରଦାର ଝଟକା । ଚଢାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କଲା ୭୫୭.୭୭ କୋଟି ଟଙ୍କା । ଲକ୍ଷାଧିକ ଲୋକଙ୍କୁ ସ୍କିମର ଲୋଭ ଦେଖାଇ ଏହାକୁ ବିକ୍ରି କରି କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି । ସୋମବାର ଇଡି ଏହାର ସୂଚନା ଦେଇଛି । କେମିତି ନୂତନ ମେମ୍ବର କଲେ ମୋଟା ଅଙ୍କ ରୋଜଗାର କରି ହେବ କହି ଆମୱେ ଇଣ୍ଡିଆ ପକ୍ଷରୁ ଲୋକଙ୍କୁ ଲୋଭ ଦେଖାଉଥିଲା । ଏହା ଜରିଆରେ କୌଣସି ସାମଗ୍ରୀ ବିକ୍ରି କରାଯାଉନଥିଲା । କିଛି ସାମଗ୍ରୀର ବ୍ୟବହାର କେବଳ ଦେଖାଇବା ପାଇଁ କରାଯାଉଥିଲା ।

ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ କମ୍ପାନୀର ସଂପତ୍ତି ବ୍ୟାଜାପ୍ତ କରିଛି । ଏଥିରେ କମ୍ପାନୀର ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲା ସ୍ଥିତ ଫ୍ୟାକ୍ଟ୍ରି ବିଲ୍ଡିଂ ସାମିଲ୍ । ଏହା ବ୍ୟତୀତ ପ୍ଲାଣ୍ଟର ଉପକରଣ, ଗାଡି, ବ୍ୟାଙ୍କ ଖାତା ଏବଂ ଫିକ୍ସ ଡିପୋଜିଟ୍ ଏଥିରେ ସାମିଲ୍ । ଏହା ପୂର୍ବରୁ ଇଡି କମ୍ପାନୀର ୪୧୧.୮୩ କୋଟି ଟଙ୍କାର ଚଳ ଅଚଳ ସଂପତ୍ତି ଜବତ କରିଥିଲା । କେବଳ ଏତିକି ନୁହେଁ ୩୬ ଅଲଗା ଅଲଗା ଖାତାରୁ ୩୪୫.୯୪ କୋଟି ଟଙ୍କା ଜବତ କରାଯାଇଛି। ହାଇଦ୍ରାବାଦ ପୋଲିସ ୨୦୧୧ରେ ଆମୱେ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଏହି ଆଧାରରେ ଏହି ସବୁ କାର୍ଯ୍ୟାନୁଷ୍ଠାନ କରାଯାଇଛି ।

ଆମୱେର ସମଗ୍ର ଦେଶରେ ୫.୫ ଲକ୍ଷ ସଦସ୍ୟ ଥିଲେ। ଯାଞ୍ଚରୁ ଜଣା ପଡିଛି ଯେ, ଆମୱେ ପକ୍ଷରୁ ପିରାମିଡ ଢାଞ୍ଚାରେ ଠକେଇ କରାଯାଉଥିଲା । ବଡ ବଡ ପ୍ରତିଶ୍ରୁତିର ଲୋଭ ଦେଖାଇ ସଦସ୍ୟ ଯୋଡା ଯାଉଥିଲା । ଏମିତି ସଦସ୍ୟ ଯୋଡିଲେ ମୋଟା ଅଙ୍କର ରୋଜଗାର ହେବ ବୋଲି କୁହାଯାଉଥିଲା । ଏହି କମ୍ପାନୀ ପକ୍ଷରୁ ଯେଉଁ ସାମଗ୍ରୀ ବିକ୍ରି କରାଯାଉଥିଲା, ଏହାର ମୂଲ୍ୟ ଅନ୍ୟ ଲୋକପ୍ରିୟ ବ୍ରାଣ୍ଡ୍ସ ତୂଳନାରେ ବହୁତ ଅଧିକ ଥିଲା । ସାଧାରଣ ଲୋକଙ୍କୁ ସଦସ୍ୟ କରାଯାଉଥିଲା ଏବଂ ଏହାର ବଦଳରେ ମୋଟା ଫି ଆଦାୟ କରାଯାଉଥିଲା । ମୁନାଫାର ଲୋଭ ଦେଖାଇ କମ୍ପାନୀର ଉତ୍ପାଦ କିଣିବାକୁ ପ୍ରୋତ୍ସାହିତ କରାଯାଉଥିଲା । ଏହି ପରି ସାଧାରଣ ଜନତା ନିଜ ପରିଶ୍ରମର ଆୟ ଆମୱେରେ ହରାଉଥିଲେ। ଆଉ କମ୍ପାନୀର ଶୀର୍ଷରେ ଥିବା ଲୋକେ ଧନୀ ହୋଇ ଚାଲିଥିଲେ ।

Get real time updates directly on you device, subscribe now.