fbpx
BSKY
BJD SHG SKY
BJD MC SKY

ସ୍ଥଳସେନାର ନୂଆ ମୁଖ୍ୟ ହେଲେ ମନୋଜ ପାଣ୍ଡେ: ପ୍ରଥମ ଇଞ୍ଜିନିୟର ଭାବେ ପାଇଲେ ଦାୟିତ୍ୱ

ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୂଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଇଞ୍ଜନିୟର ଭାବରେ ସ୍ଥଳସେନା ମୁଖ୍ୟ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ । ୨୯ ତମ ସ୍ଥଳ ସେନା ଭାବେ ସେ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ନରବଣେଙ୍କର ୨୮ ମାସ ବ୍ୟାପି କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ଶେଷ ହେବ ।

ସରକାର ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳସେନା ଭାବରେ ନିଯୁକ୍ତ କରିବାକୁ ନିଷ୍ପତି ନେଇଥିବ ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ନ୍ୟାସନାଲ ଡିଫେନ୍ସ ଏକାଡେମିରୁ ପ୍ରଶିକ୍ଷଣ ପାଇ ୧୯୮୨ ମସିହାରେ ଲେପ୍ଟନାଣ୍ଟନ ଜେନେରାଲ ମନୋଜ ପାଣ୍ଡେ ଜାମ୍ମୁ କାଶ୍ମୀର ସୀମା ରେ ଅପରେସନ ପରାକ୍ରମରେ ଇଞ୍ଜିନିୟର ରେଜିମେଣ୍ଟର କମାଣ୍ଡର ଭାବରେ ନିଯୁକ୍ତି ପାଇଥିଲେ ।

୩୯ ବର୍ଷ ସାମରିକ କ୍ୟାରିୟରରେ, ମନୋଜ ପାଣ୍ଡେ ଇଞ୍ଜିନିୟର ରେଜିମେଣ୍ଟର କମାଣ୍ଡର ଭାବରେ ଦକ୍ଷିଣାଞ୍ଚଳରେ ଦାୟିତ୍ୱ ସମ୍ଭାଳିଥିଲେ । ଏହାବାଦ୍ ଏଲଓସିରେ ବିଗ୍ରେଡ୍, ଲଦାଖ ଅଞ୍ଚଳରେ କର୍ପ କମାଣ୍ଡର, ଏବଂ ଏହା ପୁର୍ବରୁ ଆଣ୍ଡାମାନ ଏବଂ ନିକୋବର ସେନାଧ୍ୟକ୍ଷ ଥିଲେ ।

Get real time updates directly on you device, subscribe now.