fbpx
BJD
BJD SKY
BJD SKY

କମିଲା ଖରା ଦିନ ଛୁଟି: କରୋନା ପାଇଁ ପିଲାଙ୍କ ଛୁଟିରେ ପରିବର୍ତ୍ତନ ଆଣିଲେ ସରକାର

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି କମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଖରାଛୁଟି ପାଇଁ ସ୍ଥିର ହୋଇଥିବା ଅବଧିରେ ଆସିଛି ପରିବର୍ତ୍ତନ । ନୂଆ ନିୟମ ଅନୁସାରେ ପିଲାମାନଙ୍କ ପାଇଁ ଖରାଦିନ ଛୁଟି ୧୫ ଦିନ ସ୍ଥିର କରାଯାଇଛି । ଆସନ୍ତା ଜୁନ ମାସ ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛୁଟି ରହିବା ନେଇ ସରକାର ଘୋଷଣା କରିଛନ୍ତି । ଏ ନେଇ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଦିଆଯାଇଛି ।

ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଖରାଦିନ ଛୁଟିରେ ହୋଇତିବା ପରିବର୍ତ୍ତନ ନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜମାନଙ୍କୁ ଚିଠି ଲେଖିଛନ୍ତି । ଜୁନ ୧ରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଖରାଦିନ ଛୁଟି ଘୋଷଣା କରିଛନ୍ତି ସରକାର । କରୋନା କାରଣରୁ ଗତ ଦୁଇ ବର୍ଷରୁ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ଘଟିଥିବାରୁ ଆଗକୁ ଏହି ଛୁଟି ଅବଧିରେ ହ୍ରାସ କରାଯାଇଛି । ପିଲାମାନଙ୍କ ପାଠପଢାରେ ଆଗକୁ କୌଣସି ଅସୁବିଧା ନ ହେଉ, ତେଣୁ ଖରାଦିନ ଚୁଟି କମାଇ ପାଠପଢ।।ଂ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.