fbpx
BJD SKY
BJD SKY

ବିଧାୟକଙ୍କ କ୍ୱାର୍ଟର୍ସ ପାଇଁ ଗଛକଟା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

BJD

ବିଧାୟକଙ୍କ କ୍ୱାଟର୍ସ ପାଇଁ ଏମଏଲଏ କଲୋନୀରେ ଥିବା ବହୁ ପୁରାତନ ଗଛକୁ କଟାଯିବା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନୋଟିସ ଜୋରି କରି ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତା ୨୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବିଧାୟକଙ୍କ ପଇଁ ପ୍ରସ୍ତୁତ ହେବା ପାଇଁ ଭୁବନେଶ୍ୱର ଏମଏଲଏ କଲୋନୀଠାରେ ଅନେକ ପୁରୁଣା ଗଛକୁ କଟାଯାଇଛି । ସେଠାରେ ଥିବା ଆହୁରି ଅନେକ ଗଛ କାଟିବାକୁ ମଧ୍ୟ ଯୋଜନା ରହିଛି । ସେପଟେ ଏହି ଘଟଣାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଏହା ସହ ଗଛକଟାଯାଉଥିବା ସ୍ଥାନରେ ବିଭିନ୍ନ ସଂଗଠନ ତରଫରୁ ପ୍ରତିବାଦ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.