fbpx

BIG BREAKING: କନେଷ୍ଟବଳ ନିଯୁକ୍ତିରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ

କଟକ: କନେଷ୍ଟବଳ ନିଯୁକ୍ତିକୁ ନେଇ ବର୍ତ୍ତମାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଫଳରେ ଆବେଦନକାରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ତେବେ ୨୦୨୨ ଡିସେମ୍ବର ୩୦ରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ନେଇ ହାଇକୋର୍ଟ ଏହି ରାୟ ଶୁଣାଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କନେଷ୍ଟବଳ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୪ ବର୍ଷ କୋହଳ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଥରକ ପାଇଁ ବୟସ ସୀମାକୁ ୪ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି । ତେବେ କୋଭିଡ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପରିକ୍ଷା ହୋଇ ନଥିବାକୁ ବୟସ ସୀମା କୋହଳ କରାଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷେ ଏହି କନେଷ୍ଟବଳ ପଦବୀ ପାଇଁ ଆଗକୁ ବୟସ ସୀମା କୋହଳ ହେବ ନାହିଁ ବୋଲି ହାଇକୋର୍ଟ ସୂଚନା ଦେଇଛି । ତେବେ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ ପାର୍ଥୀ । ଫଳରେ ଏହା ଉପରେ ବିଚାର ବିମର୍ଶ ପରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଆବେଦନର ଶେଷ ତାରିଖ ଜାନୁଆରୀ ୨୧ ବଦଳରେ ଫେବୃଆରୀ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ଏତତ୍ ବ୍ୟତୀତ ଫେବୃଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରୀ ହେବା ସହ ଜାନୁଆରୀ ୩୦ ତାରିଖ ସୁଦ୍ଧା ସଂଶୋଧିକ ବିଜ୍ଞାପନ ପାଇଁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ତେବେ ୪୭୯୦ କନେଶ୍ଟବଳ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.