fbpx

ଗଣତନ୍ତ୍ର ଦିବସ ଆଉ ସ୍ୱାଧୀନତା ଦିବସରେ କରାଯାଉଥିବା ପତାକା ଉତ୍ତୋଳନ ମଧ୍ୟରେ କଣ ରହିଛି ଅନ୍ତର, ଜଣାନ୍ତୁ

ଭୁବନେଶ୍ୱର:ଗଣତନ୍ତ୍ର ଦିବସ ପାଖେଇ ଆସୁଛି ଯାହା ପାଇଁ ଏବେ ଠାରୁ ସବୁ ଆଡେ ଖୁବ ଜୋରସୋର ଆୟୋଜନ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସହିତ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ମଧ୍ୟ ସ୍ଥିର ହୋଇ ଯାଇଛି ।

ତେବେ ପତାକା ଉତ୍ତୋଳନ କରିବା ହେଉକି ପତାକା ଉଡାଇବା ଏହାକୁ ନେଇ ଅନ୍ତର ରହିଛି । ଯାହା ଖୁବ କମ ଲୋକଙ୍କୁ ଜଣା । ମୁଖ୍ୟତଃ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି । ଆଉ ଜାନୁୟାରୀ ୨୬ ତାରିଖରେ ରାଷ୍ଟ୍ରପତି ପତାକା ଉଡାଇଥାନ୍ତି । ଏହି ଦୁଇଟି ଦିବସ ମଧ୍ୟରେ ଅନ୍ତର ରହିଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ନଥାଏ । ତେବେ ଆସନ୍ତୁ ଜାଣିବା ଏହା ଭିତରେ କଣ ରହିଛି ଫରକ ।

ସୂଚନାମୁତାବକ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲାରୁ ପତାକା ଉତ୍ତୋଳନ କରନ୍ତି । ଉତ୍ତୋଳନ ସମୟରେ ପତାକା ସହିତ ସଯୁକ୍ତ ହୋଇ ରହିଥିବା ଏକ ଦଉଡି ଟଣାଯାଏ । ଏହା ଦ୍ୱାରା ଦଉଡି ତଳୁ ଉପରକୁ ଯାଏ ଏବଂ ପତାକା ଖୋଲା ଆକାଶରେ ଉଡିବାର ଆମେ ଦେଖିଛନ୍ତି । ଏହାକୁ ଇଂରାଜୀରେ ଫ୍ଲାଗ ହୋଷ୍ଟିଙ୍ଗ(Flag Hoisting) ବୋଲି କୁହାଯାଏ।
ସେହିଭଳି ଜାନୁୟାରୀ ୨୬ ରେ କିନ୍ତୁ ରାଷ୍ଟ୍ରପତି ରାଜପଥ ଯାହା ବର୍ତ୍ତମାନର କର୍ତ୍ତବ୍ୟପଥ ରହିଛି ସେଠାରେ ପତାକାକୁ ଉଡାଇଥାଆନ୍ତି । ଯାହାକୁ ଇଂରାଜୀରେ ଫ୍ଲାଗ ଅନଫର୍ଲ(FlagUnfurling) କୁହାଯାଏ ।

କାହିଁକି ଏଭଳି କରାଯାଏ?
ଆମେ ସବୁ ଜାଣିଛନ୍ତି ଇଂରେଜ ମାନେ ଆମକୁ ବହୁ ବର୍ଷ ଧରି ଶାସନ କରି ଆସୁଥିଲେ ଏବଂ ୧୯୪୭ ମସିହା ଅଗଷ୍ଟ ମାସ୧୪ ତାରିଖର ବିଳମ୍ବିତ ରାତିରେ ସେମାନେ ଆମ ଦେଶ ଛାଡି ପଳାଇଥିଲେ । ଯାହା ପାଇଁ ଆମେ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି । ତେବେ ଏହିଦିନ ବ୍ରିଟିସ ମାନଙ୍କ ଯେଉଁ ପତାକା(ୟୁନିୟନ ଜ୍ୟାକ) ଥିଲା ତାହାକୁ ଓହ୍ଲାଯାଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା । ତେଣୁ ଏହାକୁ ପତାକା ଉତ୍ତୋଳନ ବୋଲି କୁହାଯାଏ ।

କାହିଁକି ପ୍ରଧାନମନ୍ତ୍ରୀ ଏହା କରନ୍ତି: ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରତିନିଧି ଭାବେ ବିବେଚନା କରାଯାଏ । ଏବଂ ଦେଶର ରାଜନୈତିକ ପ୍ରମୁଖ କହିଲେ ପ୍ରଧାନମନ୍ତ୍ରୀଙ୍କୁ ବୁଝାଏ ।

କାହିଁକି ରାଷ୍ଟ୍ରପତି ଏହା କରନ୍ତି:
ଯେଉଁଠାରେ ଜାନୁୟାରୀ ୨୬କୁ ଆମେ ଗଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ । ଗଣତନ୍ତ୍ର ଯାହାର ଅର୍ଥ ହେଉଛି ଲୋକମାନଙ୍କର , ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଶାସନ । ଏଥିରେ କୌଣସି ବଂଶାନୁଗତ ଶାସନ ସ୍ଥାନ ପାଇ ନଥାଏ । ଯେଉଁ ପରି ରାଜାଙ୍କ ପରେ ରାଜାଙ୍କ ପୁତ୍ର ଏହି ଭଳି ଶାସନ ପ୍ରଣାଳୀ ନଥାଏ । ଏଥି ପାଇଁ ଲୋକମାନଙ୍କ ଦ୍ୱାରା ଚୟନ କରାଯାଇଥାଏ । ଯାହା ପାଇଁ ରାଷ୍ଟ୍ରପତିଙ୍କୁ ଚୟନ କରାଯାଇଥାଏ । ଆଉ ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ସମ୍ବିଧାନର ପ୍ରମୁଖ । ତେଣୁ ଗଣତନ୍ତ୍ର ଦିବସରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପତାକା ଉଡାଇଥାଆନ୍ତି । ଏଥିରେ ଜାତୀୟ ପତାକା ଉପରେ ବନ୍ଧା ଯାଇଥାଏ । ଏବଂ ରାଷ୍ଟ୍ରପତି ଏହାକୁ ଉଡାଇ ଥାଆନ୍ତି । ଏହା ହେଉଛି ପାର୍ଥକ୍ୟ ଯାହା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଭିନ୍ନ ଦିବସରେ କରାଯାଇଥାଏ ।

Get real time updates directly on you device, subscribe now.