fbpx

ସବୁ ମନ୍ଦିରରେ ଉଚ୍ଚାରଣ ହେଉ ତାମିଲ ମନ୍ତ୍ର: ଜାଣନ୍ତୁ କାହିଁକି ଏପରି କହିଲେ କୋର୍ଟ

ଚେନ୍ନାଇ: ଦକ୍ଷିଣ ଭାରତ ସ୍ଥିତ ତାମିଲନାଡୁରେ ତାମିଲ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏଭଳି ପରିସ୍ଥିତିରେ ତାମିଲକୁ ଈଶ୍ୱରଙ୍କ ଭାଷା କହିଛନ୍ତି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟଙ୍କ ମତରେ, ଦେଶର ସମସ୍ତ ମନ୍ଦିରରେ ଅଝୱ୍ୱାର ଓ ନୟନମାର ଭଳି ସାଧୁମାନଙ୍କ ଦ୍ୱାରା ରଚିତ ତାଲିମ ଭଜନ ଓ ଅରୁଣାଗିରିନାଥରର ରଚନା ମାଦ୍ୟମରେ କରାଯିବ ଉଚିତ । ଜଷ୍ଟିସ୍ ଏନ କିରୁବାକରନ୍ ଓ ବି ପୁଗାଲେନ୍ଧିଙ୍କ ଏକ ଖଣ୍ଡପୀଠ ନିକଟରେ କହିଛି ଯେ, ଆମ ଦେଶରେ କେବଳ ସଂସ୍କୃତକୁ ଭଗବାନଙ୍କ ଭାଷା ବୋଲି ବିଶ୍ୱାସ କରାଯାଏ । ବିଚାରପତିମାନେ କହିଛନ୍ତି ଯେ, ‘ଲୋକମାନଙ୍କ ଦ୍ୱାରା କୁହାଯାଉଥିବା ପ୍ରତ୍ୟେକ ଭାଷା ହେଉଛି ଈଶ୍ୱରଙ୍କ ଭାଷା ।’

ଖଣ୍ଡପୀଠ କହିଛି ଯେ ବିଭିନ୍ନ ଦେଶ ଓ ଧର୍ମରେ ଭିନ୍ନ ବିଶ୍ୱାସ ରହିଛି । ଏହା ସହିତ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପୂଜାର ବ୍ୟବସ୍ଥା ମଧ୍ୟ ରହିଛି । ବିଭିନ୍ନ ସ୍ଥାନରେ ଧର୍ମ କାର୍ଯ୍ୟରେ ସ୍ଥାନୀୟ ଭାଷାର ବ୍ୟବହାର ହେଉଥିଲେ ମଧ୍ୟ ସଂସ୍କୃତ ଭାଷା ଧର୍ମ ସହ ଜଡିତ ବୋଲି ଏକ ବିଶ୍ୱାସ ରହିଆସିଛି ।

Get real time updates directly on you device, subscribe now.