fbpx

ଯଜ୍ଞରେ ଗାଈର ଘିଅ ପକାଇଲେ ବର୍ଷା ହୁଏ, ହାଇକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ କରିବା ଦରକାର । ସେ ଆହୁରି ବି କହିଥିଲେ ଯେ, ବୈଜ୍ଞାନିକଙ୍କ କହିବା କଥା ଗାଈ ହେଉଛି ଏକମାତ୍ର ପଶୁ ଯିଏ ଅକ୍ସିଜେନ୍ ନେଇଥାଏ ଓ ପ୍ରଶ୍ୱାସରେ ଛାଡ଼ିଥାଏ । ସେ ଏହାସହ କହିଛନ୍ତି ଯେ, ଯଜ୍ଞରେ ଗାଈର କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଘିଅ ପକାଇବା ଦ୍ୱାରା ବର୍ଷା ହୋଇଥାଏ ଓ ପଞ୍ଚଗଭ୍ୟ(କ୍ଷୀର, ଦହି, ଗୋମୁତ୍ର, ଗୋବର ପାଣି ଓ ଘିଅ) ଦ୍ୱାରା ବଡ଼ ବଡ଼ ରୋଗ ଶରୀରର ଭଲ ହୋଇଥାଏ ।

କୋର୍ଟ ଜଣେ ୫୯ ବର୍ଷିୟ ବ୍ୟକ୍ତିଙ୍କ ମାମଲା ସହିତ ଜଡ଼ିତ ଶୁଣାଣି କରିବା ସମୟରେ ଏହି ଭଳି ମନ୍ତବ୍ୟ ଦେଇଛନ୍ତି । ଉକ୍ତ ବ୍ୟକ୍ତିକୁ ଚଳିତ ବର୍ଷ ଗାଈକୁ ବଳି ଦେବା ଅଭିଯୋଗରେ ଗିରଫ କରିଥିଲେ । ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଶେଖର କୁମାର ଯାଦବ କହିଥିଲେ ଯେ, ଯଜ୍ଞରେ ଗାଈ କ୍ଷୀରରୁ ପ୍ରସ୍ତୁତି ଘିଅ ପକାଇବା ଦ୍ୱାରା ବର୍ଷା ହୋଇଥାଏ । ଏଥିସହ ଯଜ୍ଞରେ ଗାଈକ୍ଷୀରରୁ ତିଆରି ହୋଇଥିା ଘିଅ ଆହୁତି ଦେବାର ପରମ୍ପରା ରହିଛି । ଏହା ସୂର୍ଯ୍ୟକିରଣକୁ ବିଶେଷ ଶକ୍ତି ପ୍ରଦାନ କରିଥାଏ । ଯାହା ବର୍ଷା ହେବାର କାରଣ ହୋଇଥାଏ ।

ଏଥିସହ ସେ କହିଥିଲେ ଯେ, ଗାଈ ଏକମାତ୍ର ପଶୁ ଯିଏ କି ନିଶ୍ୱାସରେ ଅମ୍ଳଜାନ ନେଇଥାଏ ଓ ପ୍ରଶ୍ୱାସରେ ବି ଅମ୍ଳଜାନ ଛାଡ଼ିଥାଏ । ଗାଈର କ୍ଷୀର, ଦହି, ଗୋମୁତ୍ର, ଗୋବର ପାଣି ଓ ଘିଅରୁ ତିଆରି ହେଉଥିବା ପଞ୍ଚଗଭ୍ୟ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ଆର୍ୟ୍ୟ ସମାଜ ପ୍ରତିଷ୍ଠାତା ଦୟାନନ୍ଦ ସରସ୍ୱତୀ କହିଛନ୍ତି ଯେ ଗୋଟିଏ ଗାଈ ନିଜ ଜୀବନ କାଳରେ ୪୦୦ ରୁ ଅଧିକ ମାନବଙ୍କୁ ଖାଦ୍ୟ ଦେବାରେ ସହାୟକ ହୋଇଥାଏ, କିନ୍ତୁ ଏହାର ମାଂସ କେବଳ ୮୦ ଲୋକଙ୍କ ପେଟ ଭରିପାରେ। ଜଷ୍ଟିସ ଯାଦବ କହିଛନ୍ତି ଯେ, ଯୀଶୁ ଖ୍ରୀଷ୍ଟ କହିଛନ୍ତି ଯେ ଗୋଟିଏ ଗାଈ କିମ୍ବା ଷଷ୍ଠକୁ ହତ୍ୟା କରିବା ମଣିଷକୁ ହତ୍ୟା କରିବା ସହିତ ସମାନ।

Get real time updates directly on you device, subscribe now.