fbpx

ଟ୍ରେନରେ ଚଡ଼ି ପିନ୍ଧି ବୁଲିବା ଘଟଣା, ଅଜବ ସଫେଇ ଦେଲେ ଜେଡିୟୁ ବିଧାୟକ

ପାଟଣା: ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଟ୍ରେନ ଭିତରେ ଚଡି ବା ଅଣ୍ଡରୱିୟର ଓ ଗଞ୍ଜି ପିନ୍ଧି ବୁଲିବାର ଫଟୋ ଭାଇରାଲ ହେବା ପରେ ବିବାଦ ଆହୁରି ଘନୀଭୂତ ହେବାରେ ଲାଗିଛି । ନିଜ କାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ବିହାରର ଜେଡିୟୁର ବିଧାୟକ ପୁଣିଥରେ ଏହାକୁ ନେଇ ବିବାଦକୁ ଆସିଛନ୍ତି । ଏପରି ଘଟଣା ପରେ ବିଧାୟକ ନିଜ ସଫେଇରେ କହିଛନ୍ତି ଯେ, ‘ମୁଁ ଯେତେବେଳେ ଟ୍ରେନରେ ଚଢ଼ିଥିଲି, ସେବେ ମୋ ପେଟ ଖରାପ ହୋଇଗଲା । ଏହି କାରଣରୁ ମୁଁ ଟ୍ରେନରେ ଚଡ଼ି ଓ ଗଞ୍ଜିରେ ବୁଲୁଥିଲି । ମୁଁ ଯେବେ ବି କୁହେ ସତ କୁହେ, ମିଛ କୁହେନି ।’

ମିଳିଥିବା ଖବର ମୁତାବକ, ପାଟଣା-ଦିଲ୍ଲୀ ତେଜସ ଟ୍ରେନରେ ଯାତ୍ରା କରୁଥିବା ବେଳେ ବିଧାୟକ ଗୋପାଳ ମଣ୍ଡଳ ଅଣ୍ଡରୱିଅର ବା ଚଡ଼ି ପିନ୍ଧି ବୁଲୁଥିଲେ । ଏନେଇ ସହଯାତ୍ରୀମାନେ ଚଡ଼ିରେ ବୁଲିବାକୁ ମନା କରିବାକୁ ବିଧାୟକ ରାଗି ଯାଇ ମାରପିଟ୍ କରିବାକୁ ପ୍ରସ୍ତୁତ ହୋଇଗଲେ । ସେମାନଙ୍କୁ ଗାଳି କରିବା ସହ ଗୁଳିରେ ମାରିଦେବାକୁ ମଧ୍ୟ ବିଧାୟକ ଧମକ ଦେଇଥିଲେ । ସହଯାତ୍ରୀ ପ୍ରହ୍ଲାଦ ପ୍ରସୱାନ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଚଡ଼ିରେ ଟ୍ରେନରେ ବୁଲୁଥିରେ, ଯାହାର ଆମେ ବିରୋଧ କରିଥିଲୁ । ଯେପର୍ଯ୍ୟନ୍ତ ସେ ବିଧାୟକ ବୋଲି ଆମକୁ ଜଣାନଥିଲା । ଘଟଣାକୁ ନେଇ ଆରପିଏଫରେ ଅଭିଯୋଗ ପରେ ତାଙ୍କ କୋଚ୍ ବଦଳାଯାଇଥିଲା ।

Get real time updates directly on you device, subscribe now.