fbpx

ସମୁଦ୍ର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି, ଏନସିବି କଲା ଚଢ଼ାଉ; ୧୦ ଅଟକ

ମୁମ୍ବାଇ: ସମୁଦ୍ର ଭିତରେ ଏକ ହୋଟଲନୁମା ଜାହାଜ(କ୍ରୁଜ୍) ଭିତରେ ଚାଲିଥିଲା ହାଇ ପ୍ରୋଫାଇଲର ଡ୍ରଗ୍ସ ପାର୍ଟି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଚଢ଼ାଉ ପରେ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି । ଏଥିରେ ଅତି କମ୍ ରେ ୧୦ ଜଣଙ୍କୁ ପୋଲିସ୍ ହେପାଜତକୁ ନେଇଛି । ତେବେ ଜାହାଜ ଭିତରେ ଏନସିବି ପାଖାପାଖି ୭ ଘଣ୍ଟା ଚଢ଼ାଉ ଜାରି ରଖିଥିଲା । କୁହାଯାଉଛି ଯେ, ଏହ ଭିତରେ ଅନେକ ବଡ଼ ବଡ଼ ବ୍ୟକ୍ତି ଏବଂ ସେଲିବ୍ରିଟି ମଧ୍ୟ ରହିଥିଲେ । ଏନସିବି ସୂଚନା ପାଇ ଶନିବାର କୋରଡେଲିୟା କ୍ରୁଜ୍ ଉପରେ ଚଢ଼ାଉ କରିଥିଲା ।

ସୂଚନା ଅନୁସାରେ, ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିଲା । ଆଉ ସୁଚନା ପାଇ ଏନସିବିର ଅଧିକାରୀ ମାନେ ମଧ୍ୟ ଯାତ୍ରୀ ରୂପରେ କ୍ରୁଜରେ ଉପସ୍ଥିତ ଥିଲେ । ଆଉ ଯେତେବେଳେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା ସେହି ସମୟରେ କ୍ରୁଜ୍ ଉପରେ ରେଡ୍ କରିଥିଲା । ତେବେ ରେଡ୍ ବେଳେ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି । ଏହି ଚଢ଼ାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

ଜାହାଜରେ ଥିବା ସମସ୍ତଙ୍କ ପୋଲିସ୍ ହେପାଜତକୁ ନେଇଛି । ଏଥିରେ ବଲିଉଡ୍ ଜଣେ ସୁପରଷ୍ଟାର୍ ଙ୍କ ପୁଅ ଥିବା ସୂତ୍ରରୁ ପ୍ରକାଶ ପାଇଛି । ଚଢ଼ାଉ ପରେ କ୍ରୁଜ୍ କୁ ମୁମ୍ବାଇକୁ ପୁଣି ଫେରାଇ ଅଣାଯାଇଛି । ଆଜି ଗିରଫ କରାଯାଇଥିବା ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର କରାଯିବ । ଏଥିସହିତ ସମସ୍ତଙ୍କ ଡୋପ୍ ଟେଷ୍ଟ ମଧ୍ୟ କରାଯାଇପାରେ ।

Get real time updates directly on you device, subscribe now.